ବୋଲଗଡ଼, “ଆମ ଓଡ଼ିଶା ଖବର” ୨୫ ସେପ୍ଟେମ୍ବର ଦିନ ରାଜସୁନାଖଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଯୁକ୍ତା ମିଶ୍ରଙ୍କ ଆବାହକତ୍ୱରେ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ସ୍ୱଚ୍ଛତା ଉପରେ ଶପଥ ପାଠ କରାଯାଇଥିଲା। ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂଯୋଜକ ଡଃ ପ୍ରଶାନ୍ତ କୁମାର ସ୍ୱାଇଁ, ଏନସିସିର ଏନୋଓ ଏଲଟି ଜ୍ୟୋର୍ତିମୟୀ ପ୍ରଧାନ ଜାତୀୟ ସେବା ଶିବିରର ପୋଗ୍ରାମିଙ୍ଗ ଅଫିସର ସନ୍ତୋଷ କୁମାର ସାହୁଙ୍କ ମିଳିତ ସହଯୋଗରେ ସ୍ୱଚ୍ଛତାହିଁ ସେବା, କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ମହାବିଦ୍ୟାଳୟର ପରିବେଶ ପରିଷ୍କାର, ହତା ପରିଷ୍କାର ପରିଚ୍ଛନ୍ନ ସହିତ ବୃକ୍ଷ ରୋପଣ କରାଯାଇଥିଲା। ଆବର୍ଜନା ମୁକ୍ତ ଭାରତ ପ୍ରସଙ୍ଗ ଉପରେ ସ୍ଲୋଗାନ ଦିଆଯାଇ ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ସାମୁହିକ ସଚେତନତା ଦିଆଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ମିଶ୍ର ଅଭିଭାଷଣରେ କହିଥିଲେ ” ସ୍ୱଚ୍ଛତା ବିନା ଜୀବନ ଧାରଣ ଅସମ୍ଭବ “। ଆମେ ନିଜ ଘର, ପରିବେଶକୁ ସ୍ୱଚ୍ଛତା ରଖିବା ସହିତ ଆମ ଚତୃପାର୍ଶ୍ଵ ଏବଂ ଗାଁ, ମନ୍ଦିର ଓ ମହାବିଦ୍ୟାଳୟର ପରିବେଶ ଗୁଡିକୁ ସ୍ୱଛତା ରଖିବା। ସେବା ଶିବିର ପୋଗ୍ରାମିଙ୍ଗ ଅଫିସର ନିଜର ବକ୍ତବ୍ଯରେ ସ୍ଵଛାସେବୀ ମାନଂକୁ ସ୍ୱଛତାର ପରାମର୍ଶ ଦେଇଥିଲେ। ପରିଶେଷରେ ଯୁବ ରେଡ଼କ୍ରସର କାଉନସିଲର ଡଃ ପ୍ରଶାନ୍ତ କୁମାର ସ୍ୱାଇଁ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ସ୍ୱଚ୍ଛତା ହିଁ ସେବା, ସ୍ଵଚ୍ଛତା ବିନା ଜୀବନ ଧାରଣ କରିବା ଅସମ୍ଭବ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.