କୋଣାର୍କ (ଆମ ଓଡ଼ିଶା ଖବର )ଆବାହନ କାଳରୁ ପୁରୀ ଜିଲ୍ଲା ସ୍ଥିତ କାକଟପୁର ର ଆରୋଧ୍ୟଦେବୀ ମା’ମଙ୍ଗଳା ଙ୍କ ମନ୍ଦିର ରେ ପ୍ରସିଦ୍ଧ ଝାମୁ ଯାତ୍ରା ରେ ମା’ଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ପାରିଲିକ୍ଷିତ ହୁଏ l ଏହି ଅବସରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅନ୍ନ ପ୍ରସାଦ ଓ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ l

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଚଣ୍ଡ ରୌଦ୍ର ତାପରେ କୋଣାର୍କ ର ଏକ ଅଗ୍ରଣୀ ସଂଗଠନ କୋଣାର୍କ ଧର୍ମପଦ ସଂଗଠନ ପକ୍ଷରୁ ଦହି ପଣା ଓ ଲେମ୍ବୁ ସର୍ବତ ବଣ୍ଟନ କରି ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ତୃଷ୍ନା ମେଣ୍ଟାଇ ନିଜର ଆତ୍ମତୃପ୍ତି ଲାଭ କରିବା ସହ ଅନେକ ପ୍ରଶଂସା ସାଉଁଟିଛନ୍ତି l

ଆବାହକ ସୁରେନ୍ଦ୍ର କାଣ୍ଡି ଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ପ୍ରସନ୍ନ ବଳ, ସଭାପତି ସୌଭାଗ୍ୟ ସ୍ୱାଇଁ, ସମ୍ପାଦକ ସନ୍ତୋଷ ଗୋଛାୟତ, କୋଷାଧକ୍ଷ ବୁଦ୍ଧନାଥ କାଣ୍ଡି, ଓ ପରିଚାଳନା କମିଟି ସଦସ୍ୟ ମଙ୍ଗରାଜ ମାଣିଆ ପ୍ରମୁଖ ଉକ୍ତ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଆଖପାଖ ଅଞ୍ଚଳ ର ଜନସାଧାରଣ ମାନେ କୋଣାର୍କ ଧର୍ମପଦ ସଂଗଠନର ଏହିପରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରୁଥିବାର ଜଣାଯାଏ l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।