ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡ଼ିଶା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କେ.ବରିଡା ପଂଚାୟତ ଅନ୍ତର୍ଗତ ନିମିନା ଛକରେ ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ରୋକ କରିଛନ୍ତି ସାହି ବାସିନ୍ଦା । କେ. ବରିଡା ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ନିମିନା ଛକ ସାହିକୁ ଜଳ ଆସି ପାରୁନାହିଁ । ଦୀର୍ଘ ଦିନ ଦେଲା ସେମାନେ ଦାବି କରିଆସୁଛନ୍ତି । ତଥାପି ପାନୀୟ ଜଳ ଯୋଗାଣ ହୋଇପାରୁନି। ଫଳରେ ଆଜି ରାସ୍ତା ରୋକ କରିଛନ୍ତି। ଖବର ପାଇ ବ୍ଲକ ପ୍ରଶାସନ ଓ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଆଗରୁ ନ ଜଣାଇ ରାସ୍ତା ରୋକ କରିବା ଆଇନ ବିରୋଧ ବୋଲି କହିଥିଲେ । ଆସନ୍ତା ମେ ମାସ ପ୍ରଥମ ସପ୍ତାହ ମଧ୍ୟରେ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ।ଏ ସମ୍ପର୍କ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ସହ ଯୋଗାଯୋଗରେ କହିଛନ୍ତି ସେହି ସାହି ପାଇଁ ସ୍ୱତନ୍ତ୍ର ଭାବେ ଏକ ଟାଙ୍କି ନିର୍ମାଣ ହେବା ସହ ପାଇପ ଲାଇନ କାମ ହୋଇଯାଇଛି। କେବଳ ବିଦ୍ୟୁତ ସଂଯୋଗ ହୋଇ ନାହିଁ ଏହି କାମ ମଧ୍ୟ ଏକ ମାସ ଭିତରେ ସମ୍ପୂର୍ଣ ହୋଇ ଯିବ ବୋଲି କହିଥିଲେ ।


More Stories
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।
ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ।
ଦୁର୍ନୀତି ଓ ଜାଲିଆତିର ଗନ୍ତାଘର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ l