ଭୁବନେଶ୍ୱର, “ଆମ ଓଡ଼ିଶା ଖବର” କୁଖ୍ୟାତ ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଠକ ଅଭିଯୁକ୍ତ ୨ ଜଣ ହେଲେ ରିଙ୍କୁ, ତାଙ୍କର ସହୋଯାଗୀ, ମନିନ୍ଦର, ଉଭୟଙ୍କ ଘର ହରିୟାଣାରେ। ଦୁଇ ଠକ ସୋସିଆଲ୍ ଜଷ୍ଟିସ ଫର୍ ୱିମେନ ଏମ୍ପାୱାରମେଣ୍ଟ ଅଧ୍ୟକ୍ଷ କହି ଠକେଇ କରି ଚାଲିଥିଲେ। ଜାତୀୟ ମହିଳା କମିଶନ ବୋର୍ଡ ଲଗାଇ ଲୋକଙ୍କୁ ଚୁନ ଲଗାଉଥିଲେ। ଭୁବନେଶ୍ୱର ମୈତ୍ରୀବିହାର ଥାନାକୁ ଅଭିଯୋଗ ଆସିବା ପରେ, ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଲା। ମୈତ୍ରୀବିହାର ପୋଲିସ ତଦନ୍ତ ଆରମ୍ଭ କରି, ସେହି ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କଲେ। ଠକ ଦୁଇଜଣ ସାଙ୍ଗରେ ପିଏସଓ ଏବଂ ପିଏକୁ ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ। କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲେ। ମିଛ ଚିଠି ଜରିଆରେ ଅନେକ ଲୋକଙ୍କ ଠାରୁ ଟଙ୍କା ଠକିନେବା ଅଭିଯୋଗ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ ପରେ ଜଣା ପଡ଼ିଲା, କହିଲେ ସିପି। ଏନେଇ ହରିୟାଣା ପୋଲିସ ସହ ଯୋଗାଯୋଗ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.