ଖୋରଧା, “ଆମ ଓଡ଼ିଶା ଖବର” ରବିବା ୫ ଅକ୍ଟୋବର ଦିନ,ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ୍ ପକ୍ଷରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ଆମ ଓଡ଼ିଶା ରଣପୁରର ଭକ୍ତ କବି ବୈଷ୍ଣବ ଶ୍ରୀ ବୈଷ୍ଣବ ଚରଣ ଦାସଙ୍କ ବୀରଚିତ “ଶ୍ରୀମତ ଚୈତନ୍ଯ ଗୀତା” ପ୍ରକାଶ କରାଯାଇ ଲୋକାର୍ପିତ ହେବା ସହ ବାବଜୀ ବୈଷ୍ଣବ ଚରଣ ଦାସ ଙ୍କର ଓଡିଆ ଭକ୍ତି ସାହିତ୍ୟକୁ ଅବଦାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବୈଷ୍ଣବ ଚରଣ ହେଉଛନ୍ତି ଓଡ଼ିଶାର ଏକମାତ୍ର କବି ଯିଏକି ମୋଟ ୪୨୬ ଖଣ୍ଡ ଧର୍ମ ପୁସ୍ତକ, ପାରମାର୍ଥିକ୍ ନାଟକ, ଭଜନ, କୀର୍ତନ୍, ଚଉତିସା ଓ କୋଇଲି ସାହିତ୍ୟର ରଚୟିତା ଏବଂ ସେ ଜଣେ ନିର୍ଭୀକ ସଂସ୍କାରକ ଥିବା କଥା ଆଲୋଚକ ମାନେ ପ୍ରକାଶ କରିଛନ୍ତି।ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଶିକ୍ଷାବିତ୍ ଯୁଧିଷ୍ଠିର ଛୁଆଳ ସିହ, ବୋଧାୟନ୍ ମହାରାଜ, ଅନନ୍ତ ହରି ଦାସ, ଜୋଗେସ୍ଵର ସିଂହ, ଅଶୋକ ରଣା,କାଦମ୍ବିନୀ ସାମନ୍ତରାୟ, ଶକ୍ତି ରଞ୍ଜନ ମତଗଜ, ବିଷ୍ଣୁପ୍ରିୟା ସାହୁ, ବ୍ରଜ ବାବା, ତୁଳସୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଆସୋସିଏସନର ସଂପାଦକ ଶ୍ରୀଜୟ ନାରାୟଣ ପଟ୍ଟନାଯକ ଆଲୋଚନା ଚକ୍ରର ସଜୋଜନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.