ଜଳେଶ୍ଵର, “ଆମ ଓଡ଼ିଶା ଖବର” ଯାତ୍ରୀବାହୀ ବସ ଟ୍ରକ ପଛରୁ ପିଟିଲା, ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର। ମୃତକ ହେଲେ ବସ ଚାଳକ, କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ (୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦)। ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ସମସ୍ତ ଯାତ୍ରୀ ଗୁରୁତର। ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ହୌଇଛନ୍ତି। ବସଟି ଢେଙ୍କାନାଳର ନୃସିଂହପୁର ଠାରୁ କୋଲକାତା ଅଭିମୁଖେ ଯାଉଥିଲା। ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଡ୍ରାଇଭରର ବେସାବଧାନତା ପାଇଁ, ନିଜେ ଏବଂ ହେଲପର ଉଭୟଙ୍କର ଜୀବନ ଚାଲିଗଲା। ତାହାସହିତ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ