
ନୟାଗଡ଼ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ମା ଚକ୍ର ବୋଇତ ବନ୍ଦାଣ ଉତ୍ସବ ନୟାଗଡ଼ ଜିଲ୍ଲାର ମହିତମା ପଞ୍ଚାୟତ ଡିମିରିଝରି ଗ୍ରାମରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଅନୁଷ୍ଠିତ ହୋଇଥିଲା। କାର୍ତ୍ତିକ ପୂଜା କମିଟି ପକ୍ଷରୁ ଆୟୋଜନ କରଯାଇଥିଲା। କମିଟିର ସଭାପତି ଆଲୋକ କୁମାର ନାୟକ ଓ ସମ୍ପାଦକ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଡାହୁକ ନଦୀରୁ ଚକ୍ରବାଉତୀ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରାରେ ଶତାଧିକ ଓ ପୁରୁଷ ମାନେ ଯଥା ବିଧି ସହିତ ଉପାସନା କରି କଳସ ବୁଡ଼ାଇ ଏକ ବିଶାଳ ଶୋଭା ଯାତ୍ରାରେ ଆସି ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମହାଯଜ୍ଞ ୫ ଦିନ ବ୍ୟାପୀ ମହା ଆଡମ୍ବରରେ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ନୈଷ୍ଠିକ ପଣ୍ଡିତ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପାଠ କରାଯିବା ସହିତ ବସ୍ତ୍ର ଦାନ, ମହିଳା ସଙ୍କୀର୍ତ୍ତନ, ଭଜନ ସମାରୋହ କାର୍ଯକ୍ରମ ମାନ ଅନୁଷ୍ଠିତ ହେଇଥିଲା। ଉଦଯାପନୀ ଦିବସରେ ୧୫ ଫୁଟ ଲମ୍ବର ଏକ ସୁସଜ୍ଜିତ ବୋଇତକୁ ଅଞ୍ଚଳର ମହିଳା ମାନେ ପୂଜାର୍ଚ୍ଚନା କରି ବନ୍ଦାପନା କରି ପାଣିରେ ଭାସାଇ ଥିଲେ । ଏହି ଵୋଇତ ବନ୍ଦାଣ ଉତ୍ସବକୁ ଦେଖିବା ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକଙ୍କର ଭିଡ଼ ଲାଗିଥିଲା । ଏଥିରେ ପୂଜା କମିଟିର ପରମେଶ୍ବର ସାହୁ, ରଞ୍ଜନ ନାୟକ, ସୁର ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।



More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।