କଳାହାଣ୍ଡି ଜିଲ୍ଲା ୬/୧୧(ଆମ ଓଡିଶା ଖବର ) ଜୁନାଗଡ ବ୍ଲକ ଦାସିଗାଁ ଠାରେ ଦୃତୀୟ ବର୍ଷ ପାଇଁ ଧନୁଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି | ବୁଧବାର ଦାସିଗାଁ ଧନୁଯାତ୍ରା ପାଇଁ ମହାରାଜ କଂସ ବରଣ କରାଯାଇଥିଲା | ବଲାଙ୍ଗୀର ଜିଲ୍ଲାର ଲାଠୋର ର କଳାକାର କଂସ ଭୁମିକାରେ ସୁଶାନ୍ତ କୁମାର ମେହେର ଅଭିନୟ କରିବେ | ବୁଧବାର ଦିନ ଲାଠୋର କୁ ଯାଇ ଦାସିଗାଁ ଧନୁଯାତ୍ରା କମିଟି କଂସ ମହାରାଜଙ୍କୁ ବରଣ କରିଥିଲେ | ଆସନ୍ତା ଡିସେମ୍ବର ମାସ ତା.୨୫|୧୨|୨୫ ଠାରୁ ଆରମ୍ଭ ହୋଇ ଜାନୁଆରୀ ତା.୦୧|୦୧|୨୬ ପର୍ଯ୍ୟନ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି, ଏହି ଧନୁଯାତ୍ରା ରେ ମିନା ଵଜାର, ଏବଂ ଯାତ୍ରା ଦରବାର ଅପେରା ମଧ୍ୟ୍ୟ ଦର୍ଶକ ବେଶ ଉପଭୋଗ କରିପାରିବେ, କଂସ ବରଣ ସମୟରେ ପ୍ରକାଶ ପ୍ରହରାଜ,ସୌମେନ୍ଦ୍ର ପ୍ରକାଶ ମୁଣ୍ଡ,ସାମ୍ବାଦିକ ରୋହିତ ବାଗ, ଦେବେନ୍ଦ୍ର ଲହଜଳ, ପ୍ରମୋଦ ନାଗ, ବାପୁନ ପଣ୍ଡା, ପିକି ବାଗ,ରାଜେଶ ବାଗ,ମନୋଜ ବାଗ, ଅଶ୍ୱିନ ଭଇଁସାଲ, ଗଜାନନ ଲହଜଳ, ମନ ନାଏକ, ଅଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ