ବରୀ : ଦିନକୁ ଦିନ ବରୀ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ ବ୍ୟବସାୟ। ବରୀ ଅଞ୍ଚଳରେ ମଦ ପ୍ରସ୍ତୁତ ହେଉନଥିବା ବେଳେ ରାତି ପାହିଲେ ବାଲିକୁଦା, ରତ୍ନଗିରି, ବାଲିଆପାଳ, ଇନ୍ଦୁପୁର, ବାଲିଚନ୍ଦ୍ରପୁର ଓ ସୁଜନପୁର ଆଦି ଅଞ୍ଚଳରୁ ବାଇକ୍ ଓ ବୋଲେରୋ ଗାଡ଼ିରେ ବରୀକୁ ଆସୁଛି ସହ ସହ ପେଟି ମଦ। ବରୀ ଥାନା ଅଧୀନରେ ଦୁଇଟି ସରକାରୀ ଠିପି ବନ୍ଦ ମଦ ଦୋକାନ ରହିଥିବା ବେଳେ ଦୁଇଟି ଠିପି ଖୋଲା ମଦ ଦୋକାନ ରହିଛି। ସେହିପରି ଶହେରୁ ଉର୍ଦ୍ଧ ଚୋରା ମଦ ଦୋକାନ ମଧ୍ୟ ରହିଛି। ମାତ୍ର କିଛି ଗାଁ ଛାଡ଼ି ଦେଲେ ପ୍ରତି ଗାଁରେ ରହିଛି ଚୋରା ମଦ ଦୋକାନ। ଖୁଲମ୍ ଖୋଲା ବିକ୍ରି ହେଉଛି ମଦ ଫଳରେ ବରୀ ଅଞ୍ଚଳର ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହେଉଥିବା ବେଳେ ଚୋରି, ରାହାଜାନୀ ଠାରୁ ଆରମ୍ଭ କରି ବଢୁଛି ଅସାମାଜିକ କାର୍ଯ୍ୟକଳାପ। ପୋଲିସ ଓ ଅବକାରୀ ବିଭାଗର ଜ୍ଞାତ ସାରରେ ଚୋରା ମଦ ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ଚୋରା ମଦ ବ୍ୟବସାୟ ବନ୍ଦକରିବାକୁ ଜିଲ୍ଲାପାଳ ମାନଙ୍କୁ ଟ୍ୟାକ୍ସ ଦେଉଥିବା ବେଳେ ଏଠି ବରୀ ବାସି ଜିଲ୍ଲାପାଳ ଯାଜପୁରଙ୍କ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ। ବରଂ ଚୋରା ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବରେ ଅନେକ ପରିବାର ଉଜୁଡି ଯାଉଛି। ଯାହାକୁ ନେଇ ଲୋକଙ୍କ ମନରେ ଯେଉଁ ନିଆଁ ଜଳୁଛି ତାହା ଦିନେ ବିସ୍ପୋରକ ରୂପନେବ ବା ଆନ୍ଦୋଳନର ରୂପ ନେବବୋଲି ବୁଦ୍ଧିଜୀବି ମାନେ ଅନୁମାନ କରୁଛନ୍ତି।
ବରୀରେ ଚୋରା ମଦ ବ୍ୟବସାୟକୁ ନେଇ ତେଜୁଛି ଅସନ୍ତୋଷ l


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ