
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଚଇତି ମଞ୍ଚ ଆବାଳ ବୃଦ୍ଧା ବନିତା ସମସ୍ତଙ୍କୁ ରୋମାଂଚିତ କରିଛି l ଜିଲ୍ଲାବାସୀଙ୍କ ଗଣପର୍ବ ପାଲଟିଥିବା ଚଇତି ଧୀରେ ଧୀରେ ଲୋକଙ୍କ ଜନମାନସରେ ନିଜର ଛବି ଆଙ୍କିଦେଇଛି l ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଦ୍ବିତୀୟ ରଜନୀ ପ୍ରାରମ୍ଭ ହୋଇଥିଲା l ମ୍ୟୁଜିକ ଗ୍ୟାଲେକ୍ସି କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରି ମଞ୍ଚକୁ ପ୍ରାଣ ଭରିଥିଲେ l ଆଜି ଦ୍ବିତୀୟ ରାଜନୀରେ ମଞ୍ଚକୁ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଶୋଭା ମଣ୍ଡିତ କରିଥିଲେ l ରାୟଗଡା ଜିଲ୍ଲାର କଳା ସଂସ୍କୃତି ବିଶ୍ୱ ଦରବାରରେ ନିଆରା l ଆମର ସଂସ୍କୃତି ମହାନ ଓ ସମୃଦ୍ଧ ଗୌରବ ଏବଂ ତ୍ୟାଗର ମାଟି l ପ୍ରତ୍ୟେକ ଜାତିର ବିକାଶ ହେବା ସହ ତାହାର ସଂସ୍କୃତିକୁ ମଧ୍ୟ ସାଇତି ରଖିବା ଜରୁରୀ l କାରଣ ବିକାଶର ଆତ୍ମା ହେଉଛି ସଂସ୍କୃତି ଓ ପରମ୍ପରା l ଆଉ ଏହିଭଳି ମଞ୍ଚ ହିଁ ତାହାର ଜୀବନ ଧାରା ବୋଲି ମୁଖ୍ୟ ଅତିଥି ସୁଜିତ କୁମାର ନିଜ ମତ ରଖିଥିଲେ l ସେହିଭଳି ଆଦିବାସୀଙ୍କ ବିକାଶ ପାଇଁ ଉଦିଷ୍ଟ ଯୋଜନା ବିଷୟରେ ସୂଚନା ଦେଇଥଲେ ଏବଂ ଜିଲ୍ଲାରେ ୭ଟି ନୂତନ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବା ନେଇ କହିଥିଲେ l ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଉପାଧ୍ୟକ୍ଷ ସନ୍ତୋଷ ସୁନା, ରାୟଗଡା ବ୍ଲକ ଅଧକ୍ଷା ଟୁନି ହୁଇକା, କାଶୀପୁର ବ୍ଲକ ଅଧକ୍ଷ କଣ୍ଠ ମାଝୀ, ପଦ୍ମପୁର ବ୍ଲକ ଅଧକ୍ଷ ମଣିମାଳା ଶବର, ବିଷମକଟକ ବ୍ଲକ ଅଧ୍ୟକ୍ଷ ଯଶୋଦା ହୁଇକା, କୋଳନରା ବ୍ଲକ ଅଧ୍ୟକ୍ଷ ସଂଯୁକ୍ତା କୁଲେସିକା, ଗୁଣୁପର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇଁନା କିମ୍ବାକା, କଲ୍ୟାଣସିଂହପୁର ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା , ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ମୁନିଗୁଡା ବ୍ଲକ ଅଧ୍ୟକ୍ଷl ଦୁଃଖିନୀ ନୁଁଣ୍ଡରୁକା ଓ ଗୁଡାରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ସମେତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଡିଆର୍ଡିଏ ଅକ୍ଷୟ କୁମାର ଖେମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ଜିଲ୍ଲାର ସମସ୍ତ ଜିଲାପରିଷଦ ସଭ୍ୟମାନଙ୍କୁ ସମ୍ମାନିତ କରିଥିଲେ l ସେହିଭଳି ଜିଲ୍ଲାର ଲୁଚନ ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ, ବୀରେନ୍ଦ୍ର ସବର ଏବଂ ସ୍ବୀଟି ପ୍ରିୟା ପ୍ରଧାନଙ୍କୁ କ୍ରୀଡା କ୍ଷେତ୍ରରେ, ସନ୍ତୋଷ କୁମାର ବଛାଙ୍କୁ ସଂସ୍କୃତି କ୍ଷେତ୍ରରେ, ପ୍ରଶାନ୍ତି ସାହୁଙ୍କୁ ସାହିତ୍ୟ କ୍ଷେତ୍ରରେ, ବିଦ୍ୟାଧର ସବରଙ୍କୁ ଲୋକକଳା ନୃତ୍ୟ କ୍ଷେତ୍ରରେ, ସମାଜ ସେବି ଇଶ୍ୱର ତିମିଟିଙ୍କୁ ପରିବେଷ ସୁରକ୍ଷା କ୍ଷେତ୍ରରେ ଉଲେଖନୀୟ ପ୍ରଦର୍ଶନ ଯୋଗୁଁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ଆଜି ମଞ୍ଚରେ ଗୁଣପୁର ପୌରପରିଷଦ ପକ୍ଷରୁ ଓଡିଶୀ ନୃତ୍ୟ, ସୋନପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପନେରୀ ନୃତ୍ୟ, କୋଟପାଡ଼ର ସାଗର ଢେମସା ନୃତ୍ୟ, ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦର ମାଡିଆ ଢେମସା ନୃତ୍ୟ, ଗୁଡାରି ବ୍ଲକ ତରଫରୁ ଢେମସା ନୃତ୍ୟ, କାଶୀପୁର ବ୍ଲକର ଆଦିବାସୀ ଢେମସା, ରାୟଗଡା ପୌର ପରିଷଦ ପକ୍ଷରୁ ପୀଡ଼ିସି ଡ଼୍ୟାନ୍ସ ଗ୍ରୁପର ସୈଲୋଡି ଏବଂ ରାଜୁ ଡ୍ୟାନ୍ସ ଗ୍ରୁପର ଢେମସା ନୃତ୍ୟ, ଜେକେପୁର ନୃତ୍ୟ ସଦନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଦ୍ବିତୀୟ ରାଜନୀରେ ରୁକୁ ସୁନାଙ୍କ ଗୀତରେ ତାଳେ ତାଳେ ଝୁମିଥିଲେ ଦର୍ଶକ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ l

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।