କେନ୍ଦ୍ରାପଡ଼ା (ଆମ ଓଡିଶା ଖବର)10/01 ଅତୀତ ରେ ପୁରାଣ ପୃଷ୍ଠା ରେ ଘରମଣୀ ଏକ ଛେଳି ର ନାମ ଅଟେ l ଯାହା ପାଇଁ ତଅପୋଇ ଙ୍କ କାହାଣୀ ବର୍ଣିତ ଅଛି l ଏହିପରି ଏକ ଘଟଣା ରେ କେନ୍ଦ୍ରାପଡ଼ା ଜିଲ୍ଲାର ଶାମସୁନ୍ଦରପୁର ବ୍ଲକ ଅନ୍ତର୍ଗତ ଦୂତିଆଳ ଗ୍ରାମ ର ସାବିତ୍ରୀ ବାରିକ ଙ୍କ ଦୁଃଖଭରା କାହାଣୀ l ସ୍ୱାମୀ ଦୀନବନ୍ଧୁ ବାରିକ ଆର ପାରିରେ, ନା ପୁଅ ଅଛି ନା ଅନ୍ୟ ସମ୍ବଳ ଅଛି l ଜୀବନ ଶୈଳୀ ଅତ୍ୟନ୍ତ କଷ୍ଟମୟ l ଏହି ଖବର କୁ ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପହଞ୍ଚିଥିଲେ ସାବିତ୍ରୀ ଙ୍କ ଘରେ l ତାଙ୍କର ସମସ୍ୟା ବିଷୟରେ ସବୁ ଜାଣିବା ପରେ ସ୍ୱ ରୋଜଗାର ପାଇଁ ଟ୍ରଷ୍ଟ ପକ୍ଷରୁ ଆଲୋଚନା ହୋଇଥିଲା l ଆଜି ଟ୍ରଷ୍ଟ ତରଫରୁ ସାବିତ୍ରୀ ଙ୍କ ପାଇଁ ଆତ୍ମ ନିର୍ଭରରଶୀଳ ପାଇଁ ଏକ ଛେଳି ପ୍ରଦାନ କରାଯାଇଛି l ଯାହା ତାଙ୍କର ଜୀବନ ଶୈଳୀ କୁ ବଦଳାଇବ ବୋଲି ଟ୍ରଷ୍ଟ ର କର୍ମକର୍ତ୍ତା ଆଶା ରଖିଛନ୍ତି l ଆଜି ଘରମଣୀ କୁ ପାଇ ବହୁତ ଖୁସୀ ଅଛନ୍ତି ସାବିତ୍ରୀ l ମନ ଖୋଲି କହିଥିଲେ ସାବିତ୍ରୀ ଆଜି ଠାରୁ ଘରମଣୀ ମୋ ବଞ୍ଚିବା ର ସାହା ଭରସା l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଗୁରୁଜନ ନିମାଇଁ ଚରଣ କର ଓ ଦୀପ୍ତି ରଞ୍ଜନ ସେଠୀ ସାମିଲ ଥିଲେ l
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।