ଖଲ୍ଲିକୋଟ, (ଆମ ଓଡିଶା ଖବର): ଶୁକ୍ରବାର ମାଘ କୃଷ୍ଣ ସପ୍ତମୀ ଦିନ ଲଙ୍ଗଳେଶ୍ବର ଗ୍ରାମର ମୃଦ୍ଧନ୍ୟ ବ୍ୟକ୍ତିତ୍ଵ ଶ୍ରୀ ବନବାସୀ ପଟ୍ଟନାୟକଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପଟ୍ଟନାୟକଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୪ପୁଅ ରଞ୍ଜନ ପଟ୍ଟନାୟକ, ଭୂଦାନ ଅଧିକାରୀ ଶ୍ରୀଯୁକ୍ତ ମନୋଜ ପଟନାୟକ, ଶିକ୍ଷାବିତ୍ ତଥା ଆର୍ଟ ଅଫ ଲିଭିଂ ପ୍ରଶିକ୍ଷକ ଶ୍ରୀଯୁକ୍ତ ନୀରଦ ପଟ୍ଟନାୟଙ୍କ,ସଞ୍ଜୟ ପଟ୍ଟନାୟକ ଓ ପୁତ୍ରବଧୂ ନାତି, ନାତୁଣୀ ବୃନ୍ଦ,ଝିଆରୀ ଜ୍ବାଇଁ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ , ଶିକ୍ଷାବିତ୍ ଶ୍ରୀଯୁକ୍ତ ପଦ୍ମଚରଣ ବୈଦ୍ୟ , ଭୀମସେନ ପ୍ରଧାନ, ସରପଞ୍ଚ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ ପଟ୍ଟନାୟକ ଅବିଭକ୍ତ ଲଙ୍ଗଳେଶ୍ବର ପଞ୍ଚାୟତ ଯଥା ଲଙ୍ଗଳେଶ୍ବର, ଭେଜିପୁଟ, ବାକୁଟ ଗାଁ, ସୀଙ୍ଗିପୂର୍, ପାରି ନୁଆଁ ଗାଁ ଅଞ୍ଚଳରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ଵ ଥିଲେ । ଏହି ଅଞ୍ଚଳର ଶିକ୍ଷା ସଂସ୍କୃତି ଆଦିର ବିକାଶରେ ପ୍ରଛନ୍ନ ଭୂମିକା ନିର୍ବାହ କରୁଥିଲେ।
ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।