ବେଗୁନିଆପଡା, (ଆମ ଓଡିଶା ଖବର):କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଶନିବାର ଦିନ ବେଗୁନିଆପଡା ବ୍ଲକର ଏକାଧିକ ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ଏସ. ଛଚିନା, କେ.ବରିଡା, ମର୍ଦକୋଟ, ଚିଙ୍ଗୁଡ଼ିଖୋଲ ସେବା ସମବାୟ ସମିତି ଓ ତିରିଡାରେ ଜାଗୃତି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀ ନାୟକ । ମିଲର ମାନଙ୍କ ସହିତ ଚାଷୀ ଙ୍କର ଯୋଗାଯୋଗ କରିବା ଆବଶ୍ୟକ ନାହିଁ। ସରକାର ସୋସାଇଟି ଓ ଏସ ଏଚ ଜି ମାଧ୍ୟମରେ ଧାନକ୍ରୟ କରିବ ମିଲର କେବଳ ଏମାନଙ୍କ ଠାରୁ ଧାନ ନେଇ ଚାଉଳ ଦେବ । ଟୋକନ ଅବଧି ସରିବା ପର୍ଯ୍ୟନ୍ତ ଧାନ କ୍ରୟ ହେବ ଏବଂ କଟନୀ, ଛଟନି କୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି,ବରିଷ୍ଠ ନେତା ସତୀଶ ରଞ୍ଜନ ତାରିଣୀ, ଶରତ ଚନ୍ଦ୍ର ପାଣ୍ଡି, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, କେ. ବରିଡା ସରପଞ୍ଚ ପୂଜା ପ୍ରଧାନ, ସମିତିସଭ୍ୟା ପୁଷ୍ପାଞ୍ଜଳି ଗୌଡ଼,ଏସ. ଛଚିନା ସରପଞ୍ଚ ଗୀତାଞ୍ଜଳି ସେଠି, ସମିତି ସଭ୍ୟ ବୁଦ୍ଧିଆ ଦାସ,ଭଗବାନ ପ୍ରଧାନ, ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା, ଵି ପି ଏମ ଚନ୍ଦ୍ରଶେଖର ସାହୁ,ମର୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ, ମର୍ଦକୋଟ ସୋସାଇଟି ସମ୍ପାଦକ ନାରାୟଣ ସାହୁ, ଚିଙ୍ଗୁଡ଼ିଖୋଲ ସମବାୟ ସମ୍ପାଦକ ମନୋରଞ୍ଜନ ପ୍ରଧାନ,ଚିଙ୍ଗୁଡ଼ିଖୋଲ ସମବାୟ ସଭାପତି ସିମାଞ୍ଚଳ ପ୍ରଧାନ,ଉପ ସଭାପତି ସୁକାନ୍ତି ଡାକୁଆ,ସମବାୟ ସଭାପତି ସିମାଞ୍ଚଳ ବିଷୋୟୀ, ସିମାଞ୍ଚଳ ମହାରଣା, ସମ୍ପାଦକ ନୀଳାଞ୍ଚଳ ନାୟକ,ରମେଶ ପଲେଇ,ବରିଡା ସମବାୟ ସମ୍ପାଦକ ସୁକୁଟା ଗୌଡ଼,ଅଙ୍ଗାର ଗାଁ ସମବାୟ ସମ୍ପାଦକ ବସନ୍ତ କୁମାର ଭୂୟାଁ,ଷଣ୍ଢମୂଳ ସମବାୟ ସମ୍ପାଦକ ବୁଲା ଡାକୁଆ, ତାଳସର ସମିତିସଭ୍ୟ ମାଧବ ରାଉତ, ଯୁବନେତା ସଞ୍ଜୟ ଘୋଷ ଏବଂ ମା ମହାମାୟୀ, ଜାଗୃତି ଓ ମା ରାମଚଣ୍ଡୀ ଏସ ଏଚ ଜି ର ସଦସ୍ୟା ଙ୍କ ସମେତ ବହୁ ସ୍ଥାନୀୟ ଯୁବ ନେତୃ ମଣ୍ଡଳୀ, ମହିଳା,ସ୍ଥାନୀୟ ଜନସାଧାରଣ ଓ ଚାଷୀ ଉପସ୍ଥିତ ଥିଲେ । ଚିଙ୍ଗୁଡ଼ିଖୋଲ ଧାନମଣ୍ଡିରେ ଅନିମା ସ୍ୱାଇଁ,ଅମୃତ୍ତି ବେହେରା,ପୂଜା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।