ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ

ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମାର ତଳସାହି ଅଞ୍ଚଳର ରଙ୍କନାଥ ଦାସଙ୍କ ନାତି ତଥା ରଞ୍ଜନ କୁମାର ଦାସ ଓ ସ୍ଵାଗତିକା ପରିଡାଙ୍କ ପୁତ୍ର ରିୟାଂସ ଦାସ ସଦ୍ୟ ପ୍ରକାଶିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୯୯.୨ % ମାର୍କ ରଖି ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି , ଏପରି ଭୁବନେଶ୍ୱର ସ୍ଥିତ ଡି.ଏ.ଭି. ପବ୍ଲିକ ସ୍କୁଲ (କଳିଙ୍ଗ ନଗର) ରେ ରିୟାଂସ ତୃତୀୟ ସ୍ଥାନ ଅଧିକାର କରି ସଫଳତା ଅର୍ଜନ କରିଛନ୍ତି । ତାଙ୍କର ଏହି ସଫଳତା ଟାଙ୍ଗୀ ଅଞ୍ଚଳ ପାଇଁ ଗୌରବାନ୍ୱିତ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଟାଙ୍ଗୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଠାକୁରାଣୀଙ୍କ ନିକଟରେ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସମେତ ରାଜ୍ଯ ଓ ରାଷ୍ଟ୍ର ଗଠନରେ ବ୍ରତୀ ହୁଅନ୍ତୁ,ଏହାହିଁ ଶୁଭକାମନା ସହ ଆନ୍ତରିକ ଅଭିନନ୍ଦନ ଜଣାଇଛି ଟାଙ୍ଗୀ ସାମ୍ବାଦିକ ସଂଘ । ଅଦମ୍ଯ ନିଷ୍ଠା, ଅକ୍ଳାନ୍ତ ପରିଶ୍ରମ ଏବଂ ସମୟାନୁବର୍ତ୍ତିତା ଯୋଗୁଁ ଆଜି ରିୟାଂସ ଙ୍କୁ ଏହି ସଫଳତା ରୂପୀ ପୁରସ୍କାର ମିଳିଛି ବୋଲି ଟାଙ୍ଗୀ ଅଞ୍ଚଳର ସମାଜସେବୀ ତଥା ତାଙ୍କର ଦାଦା ଚଣ୍ଡେଶ୍ୱର ଦାସ କହିଛନ୍ତି । ଏହି ସଫଳତା ପଛରେ ବାପା-ମା’ ଜେଜେ-ଜେଜେ ମା’ , ଦାଦା-ଖୁଡି ଓ ସାନ ମା’ ଙ୍କ ସମେତ ସ୍କୁଲର ଅଧ୍ୟକ୍ଷ-ଅଧ୍ୟାପିକା ଙ୍କ ପ୍ରୋତ୍ସାହନ ରହିଛି ବୋଲି ରିୟାଂସ କହିଛନ୍ତି ।

error: Content is protected !!