ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ନିକଟସ୍ଥ ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଅଙ୍ଗାରଗାଁ ପ୍ରିମିଅର ଲିଗ ଉଦଘାଟିତ ହୋଇ ଯାଇଛି । ଏହି ଭିନ୍ନ ସ୍ୱାଦର କ୍ରିକେଟ ଟୁର୍ନାମେଣ୍ଟକୁ ବିଶିଷ୍ଟ ସମାଜସେବୀ ଶ୍ରୀ ପୁର୍ଣଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ସନମାନିତ ଅତିଥି ଭାବେ ବସନ୍ତ ଭୁୟାଁ ଯୋଗଦେଇ ଉଦଘାଟନି କାର୍ଯ୍ୟକ୍ରମରେ ଖେଳ ଓ ଖେଳାଳୀଙ୍କ ପ୍ରତି ଖେଳୁଆଡ଼ ମନ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭ୍ରମର ଭୂୟାଁ,ବିପ୍ର ଚରଣ ସାହୁ,ପ୍ରକାଶ ଭୂୟାଁ,ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଠ ଯୁବଖେଳାଳୀ ରୂପକ ସାହୁ, ଅଶୋକ ପ୍ରଧାନ,ସିମାଞ୍ଚଳ ସାହୁ, ରାମଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିବା ବେଳେ ମେ ଦଶ ତାରିଖରେ ଏହି ଟୁର୍ନାମେଣ୍ଟର ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହେବ । ଏହି ଦିନିକିଆ ଦଶ ଓଭର ବିଶିଷ୍ଠ ମ୍ୟାଚରେ ଆଖପାଖ ଅଞ୍ଚଳରୁ ପାଞ୍ଚଟି ଟିମ ଭାଗ ନେଇଥିବା ଜଣାପଡିଛି । ତେବେ ଆଜିର ମ୍ୟାଚ ଭିଲେଜ ଓରିଅର ସହିତ ସନସାଇନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚକୁ ପ୍ରଶାନ୍ତ ଓ ସିନୁ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହାତ, ନାୟାଗଡ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ।