ବେଗୁନିଆପଡ଼ା (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବୋରିଆସାହି ଠାରେ ସୋମବାର ଦିନ ସେହି ଗ୍ରାମର ଭ୍ରମର ବେହେରା (୬୫) ହାଇୱା ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ହାଇୱା ଗାଡିଟି ନୂଆଗଡ ଠାରୁ ଶାଳିଆ ଡ୍ୟାମ ଅଭିମୁଖେ ଯାଉଥିଲା । ବୋରିଆସାହି ଠାରେ ଉକ୍ତ ଘଟଣାଟି ଘଟିଥିଲା। ଘଟଣା ସ୍ଥଳରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ ପଞ୍ଚିଥିବା ନେଇ ସୁଚନା ମିଳିଛି । ଏନେଇ ଅଙ୍ଗାରଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସୂଚନା ମୁତାବକ ହାଇୱା ଗାଡିର ନମ୍ବରଟି ହେଉଛି ଓ ଡି ୦୨ ଡି ପି ୭୬୯୬ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଏପିଏଲ ଉଦଘାଟିତ