ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ପୋଲିସ ଦ୍ୱାରା ଆଜି ଜଣେ ଚୋରା ଜିଂଜର ବେପାରୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଷଣ୍ଢମୂଳ ଗ୍ରାମର ଗୋପୀନାଥ ଡାକୁଆଙ୍କ ପୁଅ ବିଜୟ ଡାକୁଆ ମେଡ଼ିସିନ ପାଇଁ ଆସୁଥିବା ଜିଂଜର ବୋତଲ କୁ ନିଶା ଦ୍ରବ୍ୟ ଭାବେ ଚୋରାରେ ବିକ୍ରୀ କରୁଥିବା ଖବର ପାଇଁ ବେଗୁନିଆପଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୪୦ ଲିଟରରୁ ଉର୍ଦ୍ଧ ଜିଞ୍ଜର ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ବିଜୟ ଡାକୁଆ କୁ ବେଗୁନିଆପଡା ଥାନା କେଶ ନମ୍ବର ୨୧୬/୨୦୨୬ ରେ ମାମଲା ରୁଜୁ କରାଯାଇ ଅବକାରୀ ଆକ୍ଟ ୫୨(ଏ) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ । ଚୋରା ମାଦକ ଦ୍ରବ୍ୟ କାରବାର ଉପରେ ବିଭିନ୍ନ ସ୍ଥାନରେ ବେଗୁନିଆପଡା ପୋଲିସର ତୀକ୍ଷ୍ଣ ଦୃଷ୍ଟି ଥିବା ଜଣାଇଛନ୍ତି ଶ୍ରୀ ପୂଜାରୀ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।