ସାନଖେମୁଣ୍ଡୀ, (ଆମ ଓଡିଶା ଖବର): ରବିବାର ଅପରାହ୍ନ ସମୟରେ ପାଟପୁର ଲୋକନାଥେଶ୍ୱର ମନ୍ଦୀର ପ୍ରାଙ୍ଗଣରେ ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାମ୍ବାଦିକ ସ୍ୱାଧୀନତାକୁ ନେଇ ଆଲୋଚନା ହୋଇଥିଲା॥ ସାନଖେମୁଣ୍ଡୀ ପ୍ରେସ କ୍ଲବର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ତ୍ରିପାଠୀଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଆରମ୍ବ ହୋଇ ଥିଲା।ଗଣ ମାଧ୍ୟମ ଏବଂ ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧି ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ କିଭଳି ସମନୟ ରକ୍ଷା କରି କିଭଳି ଅଞ୍ଚଳର ବିକାଶ ହୋଇ ପାରିବ ସେ ନେଇ ମତ ପ୍ରକାଶ କରାଯାଇଥିଲା।ଏଥି ସହିତ କୌଣସି ସରକାରୀ କର୍ମଚାରି ଅଧିକାରୀଙ୍କ ଚାପର ବସବର୍ତ୍ତୀ ନ ହୋଇ ସତ୍ୟ ଖବର ସନ୍ଧାନ କରି ଖବର ପରିବେଷଣ କରିବା ନେଇ ମତ ବ୍ୟକ୍ତ କରିଥିଲେ ଉପଦେଷ୍ଟା।ଆସନ୍ତା ଜାତୀୟ ସାମ୍ବାଦିକତା ଦିବସ ଅବସରରେରେ ସାନଖେମୁଣ୍ଡି ପ୍ରେସ କ୍ଲବର କାର୍ଯ୍ୟକ୍ରମ କଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ସାନଖେମୁଣ୍ଡିପ୍ରେସ କ୍ଲବର ଦ୍ୱିତୀୟ ଅବଦାନରେ ସଙ୍ଘ ପକ୍ଷରୁ ଏକ ସାମାଜିକ ନାଟକର ଆୟୋଜନ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ସଙ୍ଘ ନିୟମ ଉଲ୍ଲଘନ ସଦସ୍ୟଙ୍କୁ ବାଦଦିଆ ଯାଇଥିଲା।ସଭାପତି କାଳୁ ଚରଣ ନାହାକ,ସମ୍ପାଦକ ସତ୍ୟ ନାରାୟଣ ପାଢୀ, ବିରୋତ୍ତମ୍ ସାହୁ କେ.ନଗେଶୁ ରେଡ୍ଡୀ,ପପୁ ରଣା,ଦ୍ବାରିକା ନାଥ ତ୍ରିପାଠୀ, ଶଙ୍କର ସ୍ବାଇଁ,କାଁହୁ ଚରଣ ନାହାକ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ।
ରିପୋର୍ଟ :ଦ୍ୱାରିକା ନାଥ ତ୍ରିପାଠୀ
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ