ସର୍ଵ ଭାରତୀୟ ପେନସନର୍ସ ଫେଡେରେସନର ରାଜସ୍ଥାନ ଜୟପୁର ଠାରେ ସମ୍ମିଳନୀ -ସମସ୍ତ ସଂଗଠନ ଐକ୍ୟ ବଦ୍ଧ ପାଇଁ ଆହ୍ୱାନ l

ବ୍ରହ୍ମପୁର, 02-05
ସର୍ବଭାରତୀୟ ପେନସନର୍ସ ଫେଡେରେସନ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ରାଜସ୍ତାନର ଜୟପୁର ଠାରେ ଗତ 29 ଓ 30 ଦୁଇ ଦିନ ଧରି ସଭାପତି ଡି. କେ. ଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି l ସାଧାରଣ ସମ୍ପାଦକ ଡି. ସୁଧାକର ବିବରଣୀ ପ୍ରଦାନ କରିଥିଲେ l ସଭାପତି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଗତ 2025 ମାର୍ଚ୍ଚରେ ଅର୍ଥ ବିଲ ପାରିତ ସମୟରେ ପେନସନର୍ସ ବିରୋଧୀ ଏକ ଭ୍ୟାଲିଡେସନ ବିଲ ପାରିତ କରି ସୁପ୍ରିମ କୋର୍ଟ ଏବଂ ସମ୍ବିଧାନର 41 ଧାରାକୁ ପ୍ରତିହତ କରିଛନ୍ତି ଯାହାଦ୍ୱାରା ସମସ୍ତ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀ ଅଷ୍ଟମ ବେତନ କମିଶନରୁ ବଞ୍ଚିତ ହେବେ ଏବଂ ପରବର୍ତ୍ତୀ ଡି. ଏ. ପାଇବା ଯୋଗ୍ୟତା ହରେଇବେ l ଏହାକୁ କଳା ଆଇନ କୁହାଯାଇ ସମସ୍ତ ରାଜ୍ୟରେ ବିରୋଧ କରାଯାଇଛି l କେନ୍ଦ୍ର ସରକାରଙ୍କ ଦୟା ଉପରେ ନିର୍ଭର କରିବ ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ l ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ସମ୍ଭବାପନ୍ନ ସଂଗଠନ ଗୁଡ଼ିଜ ଏକତ୍ରିତ ହୋଇ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ l କୋଷାଧକ୍ଷ ରାଜେନ୍ଦ୍ର ବାବୁ ଆର୍ଥିକ ବିବରଣୀ ପ୍ରଦାନ କରିଥିବାବେଳେ,ମହିଳା ମୋର୍ଚ୍ଚାର ଡ଼ଃ ଆଶ୍ରିତ କୁଜୁରୁ, ପୂର୍ବତନ ସାଧାରଣ ସମ୍ପାଦକ ଜି. ପୂର୍ଣ୍ଣଚନ୍ଦ୍ର,ପେନସନର୍ସ ଭଏସର ମୁଖ୍ୟ ସମ୍ପାଦକ ଏସ. ଏସ. ଦୁବେ, ରାଜସ୍ଥାନର ସଭାପତି ଶଙ୍କର ସିଂ ମନୋହର ପ୍ରମୁଖ ବକ୍ତବ୍ୟ ରଖି ସମସ୍ତ ରାଜ୍ୟ ସଂଗଠନ ଗୁଡିକ ନିଜ ନିଜ ରାଜ୍ୟର ସାଂସଦ ମାନଙ୍କୁ ଉକ୍ତ ଭ୍ୟାଲିଡେସନ ବିଲ ପ୍ରତ୍ୟାହାର ପାଇଁ ଅବଗତ କରାଇବାପାଇଁ ପ୍ରସ୍ତାବ ଗୃହିତ କରିଥିଲେ l ଓଡିଶାରୁ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଯୋଗ ଦେଇ ଓଡ଼ିଶାର ସାଙ୍ଗଠନିକ ସ୍ଥିତି ବିବରଣୀ ଦେଇ ସମସ୍ତ ସଂସାଦ ଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l
ସମ୍ମିଳନୀର ଦ୍ଵିତୀୟ ଦିବସରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବେରୁଆଙ୍କ ସମେତ ସ୍ଥାନୀୟ ସାଂସଦ ଓ ଦୁଇ ଜଣ ବିଧାୟକ ଯୋଗ ଦେଇ ଦେଶ ପ୍ରଗତୀରେ କର୍ଣ୍ଣଧାର ଥିବା ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଦାବୀ ସହୃଦତାର ସହ ବିଚାର କରିବା ଉଚିତ ବୋଲି ମତ ବ୍ୟକ୍ତ କରି ବିଲ ପ୍ରତ୍ୟାହାର ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ l ଏ ଦିଗରେ ସମସ୍ତ ରାଜ୍ୟର ସାଂସଦ ମାନଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଲ ପ୍ରତ୍ୟାହାର ପାଇଁ ସମସ୍ତ ସଂଗଠନ ରାଜ୍ୟ ସ୍ତରରେ ଏବଂ ଜିଲ୍ଳା ସ୍ତରରେ ମିଳିତ ଆନ୍ଦୋଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ତରଫରୁ ସଭାପତି ପ୍ରଦୀପ ସାହୁ, ସମ୍ପାଦକ ଅଶୋକ ଦଳେଇ, ସୁବାଷ ମିଶ୍ର,ରାଜେନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ବିଭୁତି ଭୂଷଣ ଜେନା, ପ୍ରଫୁଲ କୁମାର ରଥ,ସୁବଳ ଭୂୟାଁ, ବାନାମ୍ବର ପୋଲାଇ,ଭାସ୍କର ଚନ୍ଦ୍ର ରଥ ଏବଂ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ଅଧ୍ୟକ୍ଷ କାମରାଜୂ ମହାରଣା ପ୍ରମୁଖ ନିବେଦନ କରିଛନ୍ତି l

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।।

error: Content is protected !!