ଖୋର୍ଦ୍ଧା: “ଆମ ଓଡିଶା ଖବର” ୩୦ ଅପ୍ରେଲ ଦିନ, ଖୋରଧା ଶ୍ରୀଚୈତନ୍ଯ ରିସର୍ଚ୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ଠାରେ ଆଦି ଦେବ ଭଗବାନ ଶ୍ରୀ ନୃସିଂହ ଜନ୍ମ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅପରାନ୍ହରୁ ଶ୍ରୀମଦ୍ ଭାଗବତ ପାଠ, ସନ୍ଧ୍ୟାରେ ଶ୍ରୀ ନୃସିଂହଙ୍କ ଆବିର୍ଭାବ ଅଭିଷେକ ଆଳତୀ ହୋଇଥିଲା। ନୀତିକାନ୍ତି ପରେ, ଶ୍ରୀ ନୃସିଂହଙ୍କ ଜୀବନଧାରା ଆଲୋଚନା କରାଯାଇ ଥିଲା। ଆଗନ୍ତୁକ ଆଲୋଚକ ମାନେ ହେଲେ, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଶ୍ରୀ ଚୈତନ୍ଯ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ଅନନ୍ତ ହରି ବାବା, ବୋଧାୟନ୍ ମହାରାଜ ଶ୍ରୀ ନୃସିଂହ ତତ୍ଵ ଓ ମହିମା ଭକ୍ତ ବାସ୍ଚଳତା ଉପରେ ବର୍ଣ୍ଣନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୋଗଦାନ କରିଥିଲେ ଜଗଦୀଶ ପ୍ରସାଦ ପଟ୍ଟନାୟକ, ଶିଶିର ରାଉତ, ବନ୍ଦୀତା ପଟ୍ଟନାୟକ, ବ୍ରଜ ବାବା, ସନ୍ତୋଷୀ ସାହୁ, କାଦମ୍ବିନୀ ସାମନ୍ତରାୟ, ମାମିନା ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ। କର୍ୟକ୍ରମକୁ ନାରାୟଣ ପଣ୍ଡା ଓ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଶ୍ରୀନୃସିଂହଙ୍କର ଜନ୍ମ ଦିବସ ପାଳିଲେ, ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ।


More Stories
ଅରାଗଡ଼ ବୌଦ୍ଧ ପୀଠରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ l
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l