ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।

ଭୁବନେଶ୍ବର: “ଆମ ଓଡିଶା ଖବର” ପ୍ରେମ ନିଶାରେ ଦୁଇ ଜଣ ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା। ଅଭିଯୋଗ କ୍ରମେ, ଦୁଇ ଜଣ ଯୁବକଙ୍କୁ ଲୋକେ ନିସ୍ତୁକ ପିଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ।
ମୃତକଙ୍କ ନାଁ ସୌମ୍ୟରଞ୍ଜନ ସ୍ୱାଇଁ। ସେ ରେଲୱେରେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ବୋଲି ତାଙ୍କ ବାପାମା’ କହିଛନ୍ତି। ତାଙ୍କର ଏକ ଜିମ୍‌ ଥିବା ମଧ୍ୟ ଜଣାପଡ଼ିଛି।
ଆଜି ଅପରାହ୍ନରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ସୌମ୍ୟଞ୍ଜନ ସ୍ୱାଇଁ ଓ ଓମ୍‌ ପ୍ରକାଶ ମହାନ୍ତି ବାଇକ୍‌ରେ ଯାଉଥିବା ବେଳେ ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ଦୁଇ ଜଣ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ନିସ୍ତୁକ ପିଟିଥିଲେ। ହାତଗୋଡ଼ ବାନ୍ଧି ସେମାନଙ୍କୁ ଯିଏ ଯେମିତି ପାରିଲେ ପିଟିଥିଲେ। ଏମିତିକି ବାଉଁଶରେ ବାନ୍ଧି ମଧ୍ୟ ସେମାନଙ୍କୁ ପିଟି ଥିଲେ।
ଅଭିଯୋଗ ଅନୁଯାୟୀ, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୁଲିସ ସମ୍ମୁଖରେ ମଧ୍ୟ ଲୋକେ ଯୁବକ ଦ୍ୱୟଙ୍କୁ ପିଟିଥିଲେ।
ପୁଲିସ ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା। ଓମ୍‌ ପ୍ରକାଶ ମହାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!