ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ପରିସରରେ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ, (ଦେବାଶିଷ):ଆଜି ଦେଶ ପାଳୁଛି 78 ତମ ସ୍ୱାଧୀନତା ଦିବସ | ଯାହାକୁ ନେଇ ଚଳ ଚଞ୍ଚଳ ଗାଁ ଠୁ ସହର | ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ଶାନ୍ତିନଗର ସ୍ଥିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ପରିସରରେ ସ୍ୱାଧୀନତା ଦିବସ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ବିଦ୍ୟାଳୟର ସଭାପତି ଏସ ଲ. କାନ୍ତେୟା ରେଡି ଙ୍କ ତତ୍ୱାବଧାନ ରେ ଆୟୋଜିତ ଗଣତନ୍ତ୍ରର ଏହି ମହାନ ଉତ୍ସବ ରେ ସମ୍ପାଦକ ଏମ. ସୂର୍ଯ୍ୟ ରେଡି, ଧିରୁପାଣ୍ଡ, ଟି. ସନ୍ତୋଷ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିବା ସହିତ ମହାପୁରୁଷ ମାନଙ୍କୁ ମନେ ପକାଇ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଉଧ୍ୟେଶ୍ୟ ରେ ନିଜର ଅଭିଭାଷଣ ରଖିଥିଲେ | ଆର୍ଟ ଅଫ ଲିଭିଂ ର ଯୋଗଗୁରୁ ଶ୍ରୀ କେଦାର ରାଉଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସହିଦ ବୀର ମାନଙ୍କ ଦେଶଭକ୍ତି ର ନିଦର୍ଶନ ବର୍ଣନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରାଜଲତା ରାଉଳ, ପ୍ରଣିତା ରାଉଳ, ବର୍ଷା ପରିଡା, ବେବି ଗୋପାଳ, ସୌମେୟା ରେଡି ଙ୍କ ସମେତ ସୁରି ରେଡି ଶ୍ୟାମ ରେଡି ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ | ପରିଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ସୂଚନା ଅନୁଯାୟୀ ଆର୍ଟ ଅଫ ଲିଭିଂ ର ପ୍ରତିଷ୍ଠାତା ତଥା ଯୋଗଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ସହିତ ଯୋଗ, ପ୍ରାଣାୟାମ ଶିକ୍ଷା ଦେଇ ଆସୁଛି |

error: Content is protected !!