ରାୟଗଡ:-(ଆମ ଓଡ଼ିଶା ଖାବର )ତା ୧୨/୦୧- ଆଜି ସ୍ଥାନୀୟ ହୋଟେଲ ସାଇ ଇଣ୍ଟେରନାସିନlଲ, ରାୟଗଡ ଠାରେ ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଭାସ୍କର ରଇତ, ଅତିରକ୍ତ ଜିଲ୍ଲାପାଳ ରାୟଗଡ ଓ ଡ଼ଃ ଦୟାନିଧି ବାଗ,ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ରlୟଗଡ଼ଙ୍କ ପଦନ୍ୱତୀ ଜନିତ ଭୁବନେଶ୍ୱରକୁ ବଦଳି ହୋଇଥିବାରୁ କିଛି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l

ସିଆରପିଏଫ କମାଣ୍ଡାଣ୍ଟ ଶ୍ରୀ ଫିରୋଜ଼ ଖୁଜୁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ, ଶ୍ରୀ ଦୟାନିଧି ରାଉତ, ଉପନିର୍ଦେଶକ ଉଦ୍ୟାନ ବିଭାଗ,ଶ୍ରୀ ସହଦେଵ କିଷାନ, ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ, ରlୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ,ଶ୍ରୀ ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ମତ୍ସ୍ଯ ଅଧିକାରୀ, ରାୟଗଡ ଏବଂ ଶ୍ରୀ ନିହାର ରଞ୍ଜନ ସାହୁ, ମୁଖ୍ୟ ଶାଖା ଅଧିକାରୀ, ଆଇଡ଼ିବିଆଇ, ରlୟଗଡ଼ ଶାଖା ଆଦି ଅଧିକାରୀମାନେ ସପତ୍ନୀକ ଯୋଗଦାନ କରିଥିଲେ l

ପ୍ରକାଶ ଥାଉକି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତଙ୍କର ଅତିରିକ୍ତ ଶlସନ ସଚିବ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ବଦଳି ହୋଇଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଡ଼ଃ ବାଗଙ୍କର ପଦାନ୍ୱତୀ ହୋଇ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦେଶକ ଭାବେ ନୂତନ ନିଯୁକ୍ତି ପାଇଛନ୍ତି l

ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବ


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.