ରାୟଗଡ:-(ଆମ ଓଡ଼ିଶା ଖାବର )ତା. ୧୨/୦୧-ନେହେରୁ ଯୁବ କେନ୍ଦ୍ର ରାୟଗଡା ଜିଲ୍ଲା, ଅଟୋନମସ୍ ମହା ବିଦ୍ୟାଳୟ ଏନ ଏସ ଏସ,ୟ.ଆର. ସି,ଏନ. ସି. ସି, ରମିଳିତ ଉଦ୍ୟମ କ୍ରମରେ ରାୟଗଡ ସ୍ୱୟଂ ଶାସିତ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି।

ଏହି ଅବସରରେ ମୂଖ୍ୟ ଅତିଥି ଭାବରେଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତ୍ର ଯୋଗ ଦେଇ ଆଗାମୀ ଦିନରେ ଯୁବକ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ 2047କୁ ବିକଶିତ ରାଷ୍ଟ୍ର ଗଠନରେ ସାମିଲ ହେବେ ବୋଲି ବକ୍ତବ୍ୟ ରଖିଥିଲେ

ଏବଂ ସମ୍ମାନ୍ୟ ଅତିଥି ଭାବରେ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ . ବବିଳତା ସାରlଫ,ନବରଙ୍ଗପୁର ମହା ବିଦ୍ୟାଳୟର ରାଜନୈତିକ ବିଜ୍ଞାନ ପ୍ରାଧ୍ୟପକ ବିଜୟ କୁମାର ମିଶ୍ର, ସାମାଜିକ କର୍ମୀ ଡଃ ଗୈରାଙ୍ଗ ଚରଣ ରାଉତ, ଶିକ୍ଷାବିତ୍ ଅକ୍ଷୟ ରଥ,ଅଟୋନମସ୍ ମହା ବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଡ଼ଃ . ସରସ୍ବତୀ ରାୟ ନେହେରୁ ଯୁବ କେନ୍ଦ୍ରର ଏମ.ଟି.ଏସ୍ ଲକ୍ଷ୍ମୀନାରାୟଣ ସେଠୀ ପ୍ରଭୁତି ବ୍ୟକ୍ତି ମାନେ ଯୋଗ ଦେଇ ସ୍ୱାମୀ ବିବେକା ନନ୍ଦଙ୍କ ଯୁବକ ମାନଙ୍କ ଲାଗି ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏଥିରେ ବହୁତ ସଂଖ୍ୟାରେ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ଯୁବ ରେଡ କ୍ରସ କାଉନସିଲର , ପ୍ରଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ନେହେରୁ ଯୁବ କେନ୍ଦ୍ର ଏବଂ ସ୍ୱୟଂ ଶାସିତ ବିଦ୍ୟାଳୟର ପ୍ରତିଯୋଗିତାରେ ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଅତୀଥି ଦ୍ବାରା ପୁରସ୍କାର ପ୍ରଦାନ କାରାଯାଇଥିଲା। ଶେଷରେ ଡ଼ଃ . ସରସ୍ବତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.