ଭୁବନେଶ୍ୱର (ଆମ ଓଡ଼ିଶା ଖବର )୦୧/୦୩- ଉତ୍କୃଷ୍ଟ ସେବା ଏବଂ ସମାଜ ପାଇଁ ଅହେତୁକ ଅବଦାନ ପାଇଁ ଆମେରିକାନ ମ୍ୟାନେଜମେଣ୍ଟ ୟନଭରସିଟି ତରଫରୁ ଓଡ଼ିଶା ର ବିଶିଷ୍ଟ ସମାଜସେବୀ ତଥା ଯୁବଜ୍ୟୋତି ଯୁବକ ସଂଘ ର ପ୍ରତିଷ୍ଠାତା ଶ୍ରୀ ଚଣ୍ଡେଶ୍ୱର ଜୟସିଂହ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ଅବସର ରେ ଶ୍ରୀ ଜୟସିଂହ କହିଛନ୍ତି ଯେ, ସମାଜ ସେବା କୁ ସେ ନିଜର ବ୍ରତ ଭାବି ୧୯୯୭ ମସିହା ରୁ ସମାଜ ସେବା ଆରମ୍ଭ କରି ସମାଜ ର ଦଳିତ ଅବହେଳିତ, ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କ ସେବା କୁ ନିଜର ବ୍ରତ ଭାବି ଆଗେଇ ଚାଲିବା ସହ ଆଗାମୀ ଦିନରେ ଓଡ଼ିଶା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜ ମଙ୍ଗଳ ରେ ନିୟୋଜିତ ହେବେ। ଏହି ସମ୍ମାନ ପାଇଁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ମିଳୁଚି।
ଚଣ୍ଡେଶ୍ୱର ଜୟସିଂହ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ l


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।