ଭୁବନେଶ୍ୱର(ଆମ ଓଡ଼ିଶା ଖବର )ମହାକୁମ୍ଭମେଳା ସଙ୍ଗମରୁ ଅମୃତ ଜଳ ସଙ୍ଗୃହିତକରି ଓଡିଶାକୁ ଆଣିଥିଲେ ସୁନୀତି ମୁଣ୍ଡ୍ । ସେହି ଜଳକୁ ୩୦ ମିଲିଗ୍ରାମର ୨୦ ହଜାର ବୋତଲ କରି ନିଜ ହାତରେ ଦିନ ତମାମ ବିତରଣ କରିଥିଲେ।
ଏହାଥିଲା ସୁନୀତିଙ୍କର ମହାଶିବରାତ୍ରୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ଏବଂ ସମ୍ମୁଖ ପାର୍ଶ୍ବରେ ହଜାର ହଜାର ଭକ୍ତଙ୍କୁ ବିତରଣ କରି ମହାସୁଖ ଅନୁଭବ କରିଥିଲେ। କାହାକୁ ଛାଡିନାହାନ୍ତି ଡକ୍ଟର ମୁଣ୍ଡ୍, ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବହିରାଗତ ଭକ୍ତ, ନିୟୋଜିତ ପୋଲିସ ପ୍ରଶାସନ ସମସ୍ତଙ୍କୁ ଅମୃତଜଳ ବିତରଣ କରିଥିଲେ । ଡକ୍ଟର ମୁଣ୍ଡ୍ ନିଜକୁ ନିରନ୍ତର ସମାଜ କଲ୍ୟାଣ କାମରେ ନିୟୋଜିତ କରିଆସୁଛନ୍ତି।
ଡକ୍ଟର ମୁଣ୍ଡ୍ ମହାପ୍ରୟାଗ ଠାରେ କଳ୍ପବାସ କରି ଫେରିଛନ୍ତି। ତାଙ୍କର ଉଦ୍ଦେଶ୍ଯ ହେଉଛି ତ୍ରିବେଣୀ ପ୍ରୟାଗରୁ ଆଣିଥିବା ଗଙ୍ଗା ନଦୀରୁ ଭକ୍ତି, ଯମୁନାରୁ କର୍ମ ଏବଂ ସରସ୍ୱତୀରୁ ଜ୍ଞାନର ପବିତ୍ର ସଙ୍ଗମ ଜଳରେ ସମସ୍ତ ଦେଶବାସୀ ସ୍ନାନ କରିବାକୁ ଅନୁରୋଧ କରିଛନ୍ତି। କୋଟି କୋଟି ଲୋକଙ୍କର ଆସ୍ଥା ଏବଂ ବିଶ୍ୱାସର ସଂଗମସ୍ଥଳରୁ ଅନେକ ଅନୁଭୂତି ନେଇ ସେ ପୁନଃ ଜନସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆଶା ବାନ୍ଧିଛନ୍ତି।

ପ୍ରୟାଗରାଜକୁ ଯିବା ପୂର୍ବରୁ ସୁନୀତି ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ ଘର ଘର ବୁଲି ଘୃତ ସଂଗ୍ରହ କରିଥିଲେ ଯେଉଁ ଘୃତରେ ସେ ମାଆ ଗଙ୍ଗାଙ୍କ ଆଳତୀ କରିବା ସହିତ ମହାକୁମ୍ଭର ଯଜ୍ଞକୁଣ୍ଡରେ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ ମନାସୀ ଶାନ୍ତି ଯଜ୍ଞାହୁତି ଦେଇଥିବା ପ୍ରକାଶ କରିଛନ୍ତି। । କଳ୍ପବାସ ପରି ଏକ କଠିଣ ଜୀବନଚର୍ଯ୍ୟାକୁ ସେ ଖୁବ୍ ସହଜ ଭାବେ ଗ୍ରହଣ କରି ସନାତନ ପରଂପରାକୁ ସମ୍ମାନ ଜଣାଇଛନ୍ତି। ୧୪୪ ବର୍ଷରେ ଥରେ ମହାକୁମ୍ଭ ପଡ଼ିଥାଏ। ଲିଙ୍ଗରାଜ ମନ୍ଦିରଠାରେ ଆଜି ସକାଳ ୮ ଟାରୁ ଜନସାଧାରଣରେ ଅମୃତ ଜଳ ବିତରଣ କରିବା ପରେ ସେ ଭୁବନେଶ୍ୱରର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଏବଂ ଅନ୍ଧ ମୁକ ବଧିର ଅନ୍ତେବାସୀଙ୍କ ଠାରେ ଏହି ପବିତ୍ର ଜଳ ବିତରଣ କରିଛନ୍ତି ।

ଏହା କରି ସେ ବହୁତ ଆନନ୍ଦ ଅନୁଭବ କରିଛନ୍ତି। ଡକ୍ଟର ମୁଣ୍ଡ୍ କହିଛନ୍ତି ଯେଉଁମାନେ ସଙ୍ଗମସ୍ଥଳରେ ପହଞ୍ଚି ନାହାନ୍ତି ସେମାନଙ୍କ ପାଇଁ ଏହା ଏକ ଅଭିନବ ପ୍ରୟାସ। ସୁନୀତିଙ୍କ ଏଭଳି ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିବା ସହିତ ବହୁ ସଂଖ୍ଯାରେ ଜନ ସମର୍ଥନ ପାଇଥିବା ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା, ଭୁବନେଶ୍ୱର ରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ