ରାୟଗଡ:-(ଆମ ଓଡିଶା ଖବର )ତା. ୧୯/୦୩-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରପଗଡ଼ ଓ ଚରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହା ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନାସାହେବ ଓହଲେ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ,ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କ ଠାରେ ନିଶନିବାରଣ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ କରିବା l ବିଶେଷ କରି ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l ଅବକାରୀ ବିଭାଗକୁ ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସୁଶାନ୍ତ କୁମାର ଧଳ ସାମନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣୀ ଚିକତ୍ସା ଅଧିକାରୀ ଡାକ୍ତର ଦେବରାଜ ନାୟକ, ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ଦୟାନିଧି ରାଉତ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ଦକ୍ଷ୍ୟତା ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ୱମୋସୀ ମହାପାତ୍ର, ଜିଆରପି ଇନ୍ସ୍ପେକଟର, ରେଳ ବିଭାଗ ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଲା
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର ।
More Stories
ତୁଣ୍ଡି
ଡ୍ରେନ ଉପରେ କରିଥିବା ଘରକୁ ଉଠାଇବା ପାଇଁ ନିର୍ଦ୍ଧେଶ ଦେଲେ ପି ଡାବ୍ଲୁ ଡି ଅଧିକାରୀ
ସୋରିଷପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ।