ରlୟଗଡ଼ :-(ଆମ ଓଡିଶା ଖବର )ତା. ୨୦/୦୩-ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକlରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନାଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ l ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଗ୍ରାମ ପଂଚାୟତ, ସହରାଞ୍ଚଳ ଓ ଜନଗହଳି ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବl ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଜଳକ୍ଲୀଷ୍ଟ ସ୍ଥାନମାନଙ୍କରେ ନଳକୂପ ପରୀକ୍ଷା ନିରୀକ୍ଷା କରିବା ଓ ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି କରିବାକୁ କହିଛନ୍ତି l ଜଳକ୍ଲୀଷ୍ଟ ସ୍ଥାନ ମାନଙ୍କ ଚି଼ହ୍ନଟକରି ଆବଶ୍ୟକ ସ୍ଥଳେ ନୂତନ ନାଳକୂପ ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ଖନନ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଓ ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥାର ଅଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି l

ପ୍ରତ୍ୟେକ ବ୍ଲକରେ ଓ ସହରାଞ୍ଚଳରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ l ପାଣି ସମସ୍ୟା ସମାଧାନ ନିମନ୍ତେ ସମସ୍ତ ଵିଡିଓ ମlନେ ନିଜଆଡୁ ସ୍ୱତପ୍ରବୃତ ଭାବରେ ସମାଧାନ କରିବେ l ଗ୍ରଷ୍ମ ପ୍ରବାହ ଵିମନ୍ତେ ସତର୍କତା ଅବଲମ୍ବନ ନିମନ୍ତେ ବ୍ୟାପକ ଜଣସଚେତନତା କରାଯିବ l ଅଙ୍ଗନବାଡି କେନ୍ଦ୍ର ଆସନ୍ତା କାଲି ସକାଳ ୭ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ଚାଲିବ l ବିଦ୍ୟାଳୟ ଆସନ୍ତା କାଲି ଠାରୁ ସକାଳୁଆ ହେବ l ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରରେ ଯଥେଷ୍ଟ ପାଣି ଓ ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ପ୍ରତ୍ୟେକ କାର୍ଯ୍ୟ ୧୧. ୦୦ଘଟିକାରୁ ଦିନ ୩. ୦୦ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଓ ସେଠାରେ ପିଇବା ପାଣି ଓ ଚାମୁଣ୍ଡା ବ୍ୟବସ୍ଥା କରାଯିବ l ବସ ଚଳାଚଳ ମଧ୍ୟ ସକାଳ ୧୧. ୦୦ଘଟିକାରୁ ଅପରାହ୍ନ ୩. ୦୦ଘଟିକା ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅବଶୁଘାତ ରୋଗୀ ମାନଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର କୋଠରୀ ମହଜୁଦ ରହିବ ଓ ନିୟନ୍ତ୍ରଣ କେନ୍ଦ୍ର ଖୋଲିବ l ବନବିଭାଗ ତରଫରୁ ଜଙ୍ଗଲ ନିଆଁ ଲିଭାଇବା ଵିମନ୍ତେ ପଦ୍ଧକ୍ଷେପ ନେବେ l ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବେ l ବିଦ୍ୟୁତ ବିଭାଗ ତରଫରୁ ଅନବରତ ବିଦ୍ୟୁତ ଯୋଗାଇବେ l ଅଗ୍ନି ସମ୍ମ ବିଭାଗ ତରଫରୁ ସତର୍କ ରହିବାକୁ କୁହାଯାଇଛି l ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀମlନେ ଯୋଗଦେଇଥିଲେ l
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ତୁଣ୍ଡି
ଡ୍ରେନ ଉପରେ କରିଥିବା ଘରକୁ ଉଠାଇବା ପାଇଁ ନିର୍ଦ୍ଧେଶ ଦେଲେ ପି ଡାବ୍ଲୁ ଡି ଅଧିକାରୀ
ସୋରିଷପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ।