ଜଟଣୀ ପୌର ପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଉଦଘାଟନ।

ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଯଥା ୧୬୭ଲକ୍ଷ ବିନିମୟରେ ଷଣ୍ଢପୁର ଠାରେ ନୂତନ ସମ୍ପଦ କେନ୍ଦ୍ର, ୮୭ଲକ୍ଷ ବିନିମୟରେ ଷଣ୍ଢପୁର ଠାରେ ମଳ ଉପଚାର କେନ୍ଦ୍ର ନିର୍ମାଣର ସମ୍ପ୍ରସାରଣ ଏବଂ ୫ଲକ୍ଷ ବିନିମୟରେ କୁଦିଆରୀ ଠାରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କର କମଳରେ ଆଜି ତା ୨୨. ୦୩. ୨୦୨୫ରିଖ ଅନୁଷ୍ଠିତ ହୋଇଥିଲା।

ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ସମାଜସେବୀ ବିଶ୍ୱରଞ୍ଜନ ବଡ଼ଜେନା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ସତୀଶ ଶର୍ମାଙ୍କ ସହ ପାରିଷଦ ଶ୍ରୀ ଶଶାଙ୍କ ଶେଖର ରାୟ, ବିଷ୍ଣୁ କୁମାର ସାହୁ, ଜଟାଧାରୀ ପ୍ରଧାନ, ନୀଳିମା ସ୍ୱାଇଁ, ପି ରାଜକୁମାରୀଙ୍କ ସହ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ମହିଳା ଗୋଷ୍ଠୀଙ୍କ ସଦସ୍ୟା ଏବଂ ପୌର କର୍ମଚାରୀମାନେ ଉପସ୍ଥିତ ମଧ୍ୟ ଉପସ୍ଥିତ ଥିଲେ।

ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର।

error: Content is protected !!