ରାୟଗଡ:-(ଆମ ଓଡିଶା ଖବର )ତା. ୩୧/୦୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆସନ୍ତା ୧ତାରିଖରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ l ସରକାରଙ୍କ ନିର୍ଦେଶ ଅନୁଯାୟୀ ୧ତାରିଖରୁ ୧୪ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଆଜି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନୟାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୱାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଏପ୍ରିଲ ପହିଲାରେ ଓଡିଶା ଦିବସକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆୟୋଜନ କରିବ l ଦୁଇତାରିଖରେ ଖଡ଼ିଛୁଆଁ ଦିବସ ଭାବରେ ସ୍କୁଲ ଓ ଗଣ ଶିକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କରାଯିବ, ତିନି ତରଖରେ ପରମ୍ପାରିଖ ପୋଷାକ ପରିଧାନ, ଚରିତାରିଖରେ ନାମ ଫଳକ ଅଭିଯାନ, ପାଞ୍ଚ ତାରିଖରେ ଗଣ ଦୌଡ଼, ଛଅ ତାରିକରେ ଦେବାଳୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସାତ ତାରିଖରେ ସଂସ୍କୃତି ବିଭାଗ ତରଫରୁ ବର୍ଣ୍ଣ ବୋଧ ବଣ୍ଟନ କରାଯିବ l ଆଠ ତାରିଖରେ ସ୍ଵାସ୍ତ୍ୟ ବିଭାଗ ତରଫରୁ ରକ୍ତ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ନଅ ତାରିଖ ଦିନ ଆସ ବହି କିଣିବା ଦିବସ ପାଳନ କରାଯିବ l ଦଶ ତାରିଖରେ ଦିନ ଲୋକକଳାକାର ଦିବସ ପାଳନ କରାଯିବ ଓ ବରିଷ୍ଠ କଳାକାର ମାନଙ୍କୁ ସମ୍ମlନିତ କରାଯିବ l ସେହିପରି ଏଗାର ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୟୁବ ଲେଖକ ଦିବସ ଭାବରେ ପାଳନ କରାଯିବ l ବାର୍ତାରିଖରେ ବରପୁତ୍ର ମାନଙ୍କ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ତେରେ ତାରିଖରେ ପାରମ୍ପରିକ ଖାଦ୍ୟ ଦିବସ ଭାବରେ ସହରାଞ୍ଚଳ ଓ ପାନୀୟଜଳ ବିଭାଗ ତରଫରୁ କରାଯିବ l ଚଉଦ ତାରିଖରେ ଅର୍ଥାତ ପଣା ସଂକ୍ରାନ୍ତ ଦିନ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯିବ ବୋଲି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ଓ ସେହି ଅନୁସାରେ ବିଭାଗୀୟ ଅଧିକାରୀ ମନେ ଆୟୋଜନ କରିବାକୁ ଅନୁରୋଧ କରିଥିଲେ l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମlନେ ଯୋଗଦେଇଥିଲେ ଲା
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।