ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣ ସିଂହପୁର ତା ୭/୪( ଖବର ):ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ସିକରପାଇ ପଞ୍ଚାୟତ ଅଧିନସ୍ତ ଶାନ୍ତିନଗର ପାଖ ବୁଲାଣି ଠାରେ ରାଜକମଳ ବସ ଭାରସାମ୍ୟ ହରେଇ ଏକ ଗଛକୁ ପିଟିଥିବା ଦେଖିବାକୁ ମିଳିଛି। ଅଜି କଲ୍ୟାଣ ସିଂହପୁର ଠାରୁ ରାୟଗଡା,ବିଷମକଟକ, ମୁନିଗୁଡା ଅଭିମୁଖେ ଯାଉଥିବା ବସ ଗାଡି ନମ୍ବର ( ଓଡି. ୧୮.ଏଲ. ୧୨୪୭ ) ବସଟି ଦ୍ରୁତଗତିରେ ଥାଇ ଅନ୍ୟ ଏକ ଗାଡିକୁ ସାଇଡ ଦେଇନପାରି ଏକ ଗଛକୁ ପିଟିଥିବା ଦେଖିବାକୁ ମିଳିଛି। ଏହା ଆଜି ଅପରାହ୍ନ ୩:୩୦ ମି. ସମୟରେ ହୋଇଥିବା ଜଣାପଡିଛି। ଏହି ବସରେ ପ୍ରାୟ ୭୦ ରୁ ଉର୍ଦ୍ଧ ଯାତ୍ରୀ କଲ୍ୟାଣ ସିଂହପୁର ଠାରୁ ରାୟଗଡା ଯାଉଥିଲେ କିନ୍ତୁ ଅଳ୍ପକେ ବଞ୍ଚି ଯାଇଥିଲେ ଯାତ୍ରୀ ଏଠାରେ ଘଟଣା ସ୍ଥଳରୁ ଜଣାପଡିଛି ଜଣେ ମହିଳା ଆହତ। ଆହତ ମହିଳା ଜଣକ ବେଲକଣା ଶାନ୍ତି ନଗର ହୀରାବତୀ କୌଶଲ୍ୟା ସ୍ୱାମୀ – ଶୁକମଲ କୌଶଲ୍ୟା ବୋଲି ଜଣାପଡିଛି ସେହି ମହିଳା ଜଣକୁ ସିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରୁ ସୁସ୍ଥ ହୋଇ ନିଜ ଘରକୁ ଅଣାଯାଇଥିବା ଜଣାପଡିଛି।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ।
ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ।
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ।