ଓଡ଼ିଆ ପକ୍ଷ୍ୟ ପାଳନର ସପ୍ତମ ଦିବସରେ ତା,,7/4/25ରିଖ ଦିନ ସମସ୍ତ ବ୍ଳକ ଗୁଡିକୁ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ପ୍ରଣୀତ ବର୍ଣ୍ଣବୋଧ ଶିଶୁ ମାନଙ୍କୁ ବଣ୍ଟନ ନିମନ୍ତେ ଯୋଗାଇଦିଆଯାଇଛି।
ରାୟଗଡା ସଦର ଗାନ୍ଧୀନଗର ଓ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଶିଶୁଙ୍କୁ ବଣ୍ଟନ କରାଯାଇଥିଲା। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ୱାଙ୍ଗ୍ରାହି ଶବର, ରାୟଗଡ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ପଣ୍ଡା, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରିୟା ଓ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ । ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ଏବଂ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ନୁତନ ଭାବେ ନାମଲେଖାଇଥିବା ଶିଶୁଙ୍କୁ ଏହି ପୁସ୍ତକ ବଣ୍ଟନ କରାଯାଇଥିଲା ।
ଓଡିଆ ଭାଷାର ଲିଖନ ଓ ପଠନରେ ବର୍ଣ୍ଣବୋଧର ସ୍ଥାନ ସ୍ବତନ୍ତ୍ର। ଏହା ଏକ କାଳଜୟୀ ପୁସ୍ତକ ଓ ପ୍ରତି ଓଡିଆଙ୍କ ପ୍ରିୟ । ୧୮୯୫ ମସିହାରେ ପ୍ରଥମ ପ୍ରକାଶିତ ଏହି ବହି ଓଡିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଚଳିତବର୍ଷର ନୂତନ ସଂସ୍କରଣ ଓଡିଆ ଜାତିର ମନ ଓ ମାଟି ସହ ଜଡ଼ିତ ଥିବାରୁ ଶିଶୁ ଓ ଶିକ୍ଷକ ମାନଙ୍କ ଦ୍ବାରା ବୃଶ ଆଦୃତ ହେବ ବୋଲି ଅତିଥିବୃନ୍ଦ ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ବିକାଶ ମେଳା ୨୦୨୫ ଉପଲକ୍ଷେ ଗଣ ଦୌଡ଼ ଅନୁଷ୍ଠିତ।
” ମାନବତା”
ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ।