ରାୟଗଡା,୦୮/୦୪ ରାୟଗଡା ଜିଲ୍ଲା(ଆମ ଓଡିଶା ଖବର )ପ୍ରଶାସନ ଦ୍ବାରା ଆୟୋଜିତ ଓଡିଆ ପକ୍ଷ ପାଳନ ଅବସରରେ ସଂସ୍କୃତି ବିଭାଗ,ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ସହଯୋଗରେ ଆଜି ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ରକ୍ତ ଦାନ ଶିବିରକୁ ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀ ଉଦଘାଟନ କରିଥିଲେ । ରାୟଗଡା ରକ୍ତଭଣ୍ଡାରର ଡାକ୍ତର ଗୌତମ ପଟନାୟକ,ସରୋଜକାନ୍ତ ଆଚାର୍ଯ୍ୟ,ବାଡି କିଶୋର କୁମାର,ଉମାକାନ୍ତ ମିଶ୍ର,ଶିବାଜି ବିଶୋୟି ଓ ଚନ୍ମୟ ପରିଛା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାତା ମାନଙ୍କୁ ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀ,ଅତିରୀକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ କୁମାର ପାଢ଼ୀ,ଏଡିଏମ(ପି.ଏଚ) ମମତା ଚୌଧୁରୀ,ଉପ-ନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,
ଜିଲ୍ଲା ସଂସ୍କୃତୀ ଅଧିକାରୀ ସୁସ୍ମିତା ବାଉରୀ, ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସରସ୍ବତୀ ରାୟ,ମହିଳା ଏନ.ଏସ.ଏସ ଅଧିକାରୀ ମୋନାଲିସା ପାଣିଗ୍ରାହି,ଏ.ଭି.ଭାସ୍କର,ଟଙ୍କଧର ବାଗ,ଲକେନ୍ଦ୍ର ଟାଙ୍ଗାରାଙ୍ଗା,ପ୍ରିତୀକା ଭାରାନସୀ,ଅଙ୍କିତା ରାଉତ, ତୃପ୍ତିମୟୀ ଭୋଇ, ପ୍ରଶାନ୍ତ ସାହୁ,ହରୀଶ ନିମାଲ,ପ୍ରମିତ ମିଶ୍ର,ପି.ଚିନ୍ମୟୀ, ,ଜିଲ୍ଲା ଜରୁରୀ କାଳିନ ଅଧିକାରୀ ମନୋଜ କୁମାର ନାହାକ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।