ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର- ୯/୪ ( ଖବର ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବିନିସପୁର ଗ୍ରାମର ଅଶୋକ କାଡ୍ରାକାଙ୍କ ଘରର ଛପର
କାଳବୈଶାଖୀର ତାଣ୍ଡବରେ ଉଡି ଯାଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ।ଯାହାଫଳରେ ବିନିସପୁର ଗ୍ରାମର ଜୟସିଂ କାଡ୍ରାକା ଙ୍କ ପୁଅ ଅଶୋକକାଡ୍ରାକା ଘର ପବନରେ ଉଡାଇଦେଇ ଥିବା ବେଳେ ସ୍ତ୍ରୀ ଓ ୪ଟି ସନ୍ତାନକୁ ଧରି କେଉଁଆଡ଼େ ନ ଯାଇପାରି ବର୍ଷାରେ ଭିଜି ଉକ୍ତ ଘରେ ପଡିରହିଛନ୍ତି । ଘରେ ଥିବା ଚାଉଳ, ମାଣ୍ଡିଆ, ପୋଷାକ, ସେଜ ପଟା ଘରର ସମସ୍ତ ଜିନିଷ ପତ୍ର ଭିଜି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଖବର ଲେଖା ହେବା ପର୍ଯ୍ୟନ୍ତ ବର୍ଷା କମିନଥିବା ଦେଖିବାକୁ ମିଳିଛି ।ବ୍ଲକ ର ମଧ୍ୟ କେତେ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ଗଛ ପଡିବା ସହ ଛପର ଉଡେଇ ଥିବା ଜଣାପଡିଛି । ଉକ୍ତ ବିଷୟରେ ରାଜସ୍ବ ନିରୀକ୍ଷକ, ସରପଞ୍ଚ ଙ୍କୁ ଅବଗତ ହୋଇ ଏହି ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । କଲ୍ୟାଣସିଂହପୁର ପଞ୍ଚାୟତର ମହକୁମା କେଶବନାଇଗୁଡା ଗ୍ରାମର ତିନି ଜଣ ଭାସ୍କା କାଡ୍ରାକା,ତିରିପତି ପ୍ରାସ୍କା ଓ ମୋତି ବାଗ ଓ କଂସାରୀ ଖାଲ ଗ୍ରାମର ଗୋଟିଏ ଘରର ଟିଣ ଉଡେଇ ଥିବା ସୂଚନା ମିଳିଛି ।ଉକ୍ତ ଖବର ପାଇ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ଥିବା ଜଣାପଡିଛି ।ରାଜସ୍ୱ ନିରୀକ୍ଷକ ଙ୍କୁ ଅବଗତ କରି କ୍ଷୟ କ୍ଷତି ର ଆକଳନ କରି ସରକାର ତରଫରୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଦ୍ୟୁତ ବିଛିନ୍ନ ହୋଇଛି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନୂତନ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।