ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର- ୯/୪ ( ଖବର ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବିନିସପୁର ଗ୍ରାମର ଅଶୋକ କାଡ୍ରାକାଙ୍କ ଘରର ଛପର
କାଳବୈଶାଖୀର ତାଣ୍ଡବରେ ଉଡି ଯାଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ।ଯାହାଫଳରେ ବିନିସପୁର ଗ୍ରାମର ଜୟସିଂ କାଡ୍ରାକା ଙ୍କ ପୁଅ ଅଶୋକକାଡ୍ରାକା ଘର ପବନରେ ଉଡାଇଦେଇ ଥିବା ବେଳେ ସ୍ତ୍ରୀ ଓ ୪ଟି ସନ୍ତାନକୁ ଧରି କେଉଁଆଡ଼େ ନ ଯାଇପାରି ବର୍ଷାରେ ଭିଜି ଉକ୍ତ ଘରେ ପଡିରହିଛନ୍ତି । ଘରେ ଥିବା ଚାଉଳ, ମାଣ୍ଡିଆ, ପୋଷାକ, ସେଜ ପଟା ଘରର ସମସ୍ତ ଜିନିଷ ପତ୍ର ଭିଜି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଖବର ଲେଖା ହେବା ପର୍ଯ୍ୟନ୍ତ ବର୍ଷା କମିନଥିବା ଦେଖିବାକୁ ମିଳିଛି ।ବ୍ଲକ ର ମଧ୍ୟ କେତେ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ଗଛ ପଡିବା ସହ ଛପର ଉଡେଇ ଥିବା ଜଣାପଡିଛି । ଉକ୍ତ ବିଷୟରେ ରାଜସ୍ବ ନିରୀକ୍ଷକ, ସରପଞ୍ଚ ଙ୍କୁ ଅବଗତ ହୋଇ ଏହି ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । କଲ୍ୟାଣସିଂହପୁର ପଞ୍ଚାୟତର ମହକୁମା କେଶବନାଇଗୁଡା ଗ୍ରାମର ତିନି ଜଣ ଭାସ୍କା କାଡ୍ରାକା,ତିରିପତି ପ୍ରାସ୍କା ଓ ମୋତି ବାଗ ଓ କଂସାରୀ ଖାଲ ଗ୍ରାମର ଗୋଟିଏ ଘରର ଟିଣ ଉଡେଇ ଥିବା ସୂଚନା ମିଳିଛି ।ଉକ୍ତ ଖବର ପାଇ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ଥିବା ଜଣାପଡିଛି ।ରାଜସ୍ୱ ନିରୀକ୍ଷକ ଙ୍କୁ ଅବଗତ କରି କ୍ଷୟ କ୍ଷତି ର ଆକଳନ କରି ସରକାର ତରଫରୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଦ୍ୟୁତ ବିଛିନ୍ନ ହୋଇଛି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ।
ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ।
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ।