ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା :-O୮/O୪/୨୫ ତାରିଖ ଚଳିତ ଏପ୍ରିଲ ୧୪ ତାରିଖ ଦିନ ହନୁମାନ ଜୟନ୍ତୀ, ମହାବିଷୁବ (ପଣା) ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ ଅବସରରେ ରାୟଗଡ଼ାର ମହାବିଷୁବ ସଂକ୍ରାନ୍ତି କମିଟି ପକ୍ଷରୁ ସ୍ଥାନୀୟ ଅଶୋକ କଲ୍ଯାଣ ମଣ୍ଡପରେଠାରେ ଏକ ବନ୍ଧୁମିଳନ ମିଳନ ଓ ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ କରାଯିବ।
ଏଥିପାଇଁ ଆଜି ସକା ଇଁ ଆଜି ସକାଳେ ପୂଜାବିଧୂ ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜକ ଦେବୀପ୍ରସାଦ କର ପୂଜାର୍ଚ୍ଚନା କରିଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଅନନ୍ତ ପାଢୀ କର୍ଷା ଭାବେ ପୂଜାରେ ବସିଥିଲେ I ମହାବିଷୁବ ସଂକ୍ରାନ୍ତି କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ଖାଡଙ୍ଗା, ରାଜକିଶୋର ପଣ୍ଡା, ଅବସରପ୍ରାପ୍ତ ଆଇଆଇସି ତପନ ମହାଲିକ, ଦେବାଶିଷ ପଣ୍ଡା, ଭବାନୀ ଶଙ୍କର ଜେନା, ଶାନ୍ତୁନୁ ସୁବୁଦ୍ଧି, କେଦାର ଦାସ, ସନ୍ତୋଷସନ୍ତୋଷ ଶତପଥୀଙ୍କ ସମେତ ବିନାୟକ କର, ଶିବ ଶଙ୍କର ଉଲାକା, ରାଧାକାନ୍ତ ଦଳେଇ, ପ୍ରୀତମ କୁମାର ଓ ଅନ୍ୟମାନେ ଉପସ୍ଥିତ ଥିଲେ | ଆସନ୍ତା ୧୪ ତାରିଖ ଅପରାହ୍ନରେ କମିଟି ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ ଅଶୋକ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ନଗର ପରିକ୍ରମା କରାଯିବା ପରେ ସଂଧ୍ୟା ୬ଟାରେ ପୂଜା ଓ ନୂତନ ଓଡ଼ିଆ ପଞ୍ଜିକା ପଠନ, ସାଢେ ୬ଟାରେ ଉପସ୍ଥିତ ଦର୍ଶକଙ୍କ ନିମନ୍ତେ ପଣା ସେବନ ଓ ଓଡ଼ିଆ ବ୍ୟଞ୍ଜନ କାକରା ପିଠା ବଣ୍ଟନ କରାଯିବ । ସେହିପରି ସଂଧ୍ଯା ୭ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭକାର୍ଯ୍ୟକ୍ରମ ଆରମ୍ଭହେବ। ପ୍ରଥମ ଦିନରେ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ଗୀତାଞ୍ଜଳି ଷଡ଼ଙ୍ଗୀ ଓ ସାଥ୍ କଳାକାରଙ୍କ ଦ୍ବାରା ଭଜନ ପରିବେଷଣ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୧୫ ତାରିଖ ମଙ୍ଗଳବାର ଉଦ୍ଯାପନୀ ସଂଧ୍ୟାର ଓଡ଼ିଶାର ଲୋକପ୍ରିୟ ସଙ୍ଗୀତଜ୍ଞ ସ୍ବୟଂ ପାଢୀ, ପ୍ରଜ୍ଞା ହୋତା, ମଧୁସ୍ମିତା, ରୁବି ଜେନା, ପିଙ୍କୁ ଦୀପ ଓ ପ୍ରଶାନ୍ତଙ୍କ ସମେତ ଶିଶୁ କଣ୍ଠଶିଳ୍ପୀ ସମ୍ବିଦ୍ଧି ଏବଂ ଉଦ୍ଘୋଷିକା ବୁଲୁବୁଲଙ୍କ ଉପସ୍ଥିତିରେ ଆଧୁନିକ ନିକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିଚ ପକ୍ଷରୁ କୁହାଯାଇଛି।
ରାୟଗଡା ଜିଲ୍ଲା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।