ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା -୧୨/୪ ରିଖ କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଜନଜାତି ସଂସ୍କୃତି ଗ୍ରାମୀଣ ହାଟରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । କ ଜୋନର ବିଜେପି ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଆଜି କଲ୍ୟାଣ ସିଂହପୁର ଜନଜାତି ସଂସ୍କୃତି ହାଟର ପରିସରରେ ପଡିଥିବା ଅଳିଆ ଆବର୍ଜନା ସଂଗ୍ରହ କରି ଫିଙ୍ଗିଥିଲେ । ଏହି ହାଟ ବହୁଦିନ ଧରି କାର୍ଯକାରୀ ସେଶହୋଇ ଥିଲେ ମଧ୍ୟ କୌଣସି କାର୍ଯ୍ୟରେ ଆସୁନାହିଁ। ହାଟ ରେ କୌଣସି ସୁବିଧା ନଥିବାରୁ ଛଟ ବେପାରୀ ମାନେ ରାସ୍ତା କଡରେ ବସି ପ୍ରତିଦିନ ଆବଶ୍ୟକ ଜିନିଷ ଯଥା ପନିପରିବା ମାଛ, ମାଂସ ରାସ୍ତାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ହାଟ ନ ଚାଲିବା ଦ୍ୱାରା ଏଥିରେ ସ୍ୱଚ୍ଛ ଭାରତର ଜିଲା ସଂଯୋଜକ କୃଷ୍ଣ ସାମଲ ସମେତ ନିରଞ୍ଜନ ମହନନ୍ଦିଆ, ଶତ୍ରୁଘନ ବାଗ, ସଞ୍ଜୁ ତିଆକା,ଅଶ୍ୱିନୀ ମହାପାତ୍ର,ବିଶ୍ୱନାଥ ତିମାକା,ସମେଶ୍ୱର କୌଶଲ୍ୟା,ଶିଵ ଆଚାରି, ପ୍ରସାଦ ପଟ୍ଟନାୟକ, ନକୁଳ ବେନିଆ,ସୁରେନ୍ଦ୍ର କୌଶଲ୍ୟା,ସନ୍ତୋଷ ବାଗ, ଡମ୍ବରୁ କରକରିଆ,ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ। ଏହା କାହିଁକି କାର୍ଯ୍ୟରେ ଆସୁନାହିଁ କାହା ଛତ୍ରଛାୟା ରେ ସ୍ଥଗିତ ରଖାଯାଇଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ରାୟଗଡ଼ର ଆବାସିକ ବିଦ୍ୟାଳୟରେ ଶିକ୍ଷାର ମାନୋନ୍ନତି ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ।
ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ODISHA POLICE DISTRICT HEADQUARTERS, KHORDHA.