ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ ତା ୧୭–୪-୨୫ ଜଟଣୀ ପୌର ପରିଷଦ ସ୍ଥିତ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅବନୀ ରାଉତରାୟ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲ । ଏହି ଉତ୍ସବରେ ଶ୍ରମିକ, ବୁଦ୍ଧିଜୀବୀ, ଲେଖକ ଓ ସାମ୍ୱାଦିକ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ଓଡିଆଙ୍କ ପାଇଁ ସଦା ସର୍ବଦା ଚିନ୍ତା କରୁଥିବା ମହା ପୁରୁଷ ବିଜୁ ପଟ୍ଟନାୟକ କେବଳ ଓଡ଼ିଶା କି ଭାରତ ନୁହେଁ ବିଦେଶରେ ମଧ୍ଯ ନିଜକୁ ପ୍ରତିଷ୍ଠିତ କରି ଦେଶର ଗୌରବ ଆଣିଥିବା କଥା ବକ୍ତାମାନେ ଆଲୋଚନା କରିଥିଲେ । ଏହି ଉତ୍ସବରେ ସୁରେଶ ଚନ୍ଦ୍ର ରଥ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଦିବାକର ମଙ୍ଗରାଜ, ସାମ୍ବାଦିକ ସଞ୍ଜୀବ କୁମାର, ନିଳାମ୍ବର ମିଶ୍ର, ଧୀରେନ ପ୍ରତିହାରୀ, ସାହିତ୍ୟକ ଆଦି ନାରାୟନ ଖଣ୍ଡୁଆଳ, ସାରଙ୍ଗ ବେହେରା, ସମାଜସେବୀ ପ୍ରସନ୍ନ କୁମାର ମହାରଥୀ, ରବି ପ୍ରସାଦ ମିଶ୍ର, ସାରଙ୍ଗଧର ବେହେରା, ବାସୁଦେବ ସେଠୀ, ରଜନୀ କାନ୍ତ ପଣ୍ଡା, ଆଶୁତୋଷ ରାୟ, ବାଉରୀବନ୍ଧୁ ପ୍ରଧାନ, ହବିବୁରୁ ରହମନ୍ ପ୍ରମୁଖ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀ /
ଡେ଼ଲାଙ୍ଗରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ବିଦୁତକାଟ୍ କୁ ନେଇ ଜଟଣୀ ବାସି ହଟହଟା ।
ବୋଲଗଡ଼ ପଞ୍ଚାୟତ ସମିତିର ସପ୍ତମ ଅଧିବେସନ …
ଇସ୍କନମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି।