ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା :-୨୧/୪( ଖବର ):ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଗଡ଼ିବାଲି ପଂଚାୟତ ର ତଡିଗୁଡା,ପଡୁଲଗୁଡା ଏବଂ ଲେକାପାଇ ଗାଁର ଏହି ତିନି ଗାଁକୁ ଯିବାକୁ ହେଲେ ଏହି ଖାଲ ଖମା ପଥର ରେ ଭରପୁର ରାସ୍ତା ଦେଇ ଯିବାକୁ ପଡିଥାଏ। ଗ୍ରାମଅଞ୍ଚଳର ବିକଶ ପାଈଁ ସରକାରଙ୍କ ଅନେକ ଯୋଜନା ଓ ଏଥି ନିମନ୍ତେ ଖର୍ଚ୍ଚ ହେଉଚି କଟି କଟି ଟଙ୍କା । କିନ୍ତୁ ଏହି ସବୁ ଯୋଜନା ଏଠାରେ ଅପହଞ୍ଚ। ନୂଆ ସରକାର ଙ୍କ ଠାରୁ ନୂଆ ଆଶାନେଇ ଗ୍ରାମବାସୀ ।ପକା ରାସ୍ତା ନାହିଁ ବୋଲି ବୋଧ ହୁଏ ବିକାଶ ଏଠାରେ ଅପହଞ୍ଚ । ଯେଉଁ ଭଳି ଲାଗୁଛି ସମସ୍ତ ସରକାରୀ ଯୋଜନା ଏଠି ଉପହାସ ।ଏହି ରାସ୍ତା ରେ ଗାଡ଼ି ଯିବା ତ ଦୂରର କଥା ପାଦ ଚାଲିବା ମଧ୍ୟ କଷ୍ଟ କର । ପ୍ରତ୍ୟେକ ଦିନ ଯାତାୟତ ରେ କିଛି ଅଘଟଣ ଘଟିଥିବା ଜଣାପଡୁଛି ।ସାମାନ୍ୟ ବର୍ଷା ରେ ସ୍ଥିତି ଦୟନୀୟ ହୋଇଯାଏ । ଦୁର୍ଭାଗ୍ୟ ବଶତଃ କାହାର ଦେହ ଖରାପ କିମ୍ବା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା । ସାଧାରଣ PDS ଚାଉଳ ହେଉ କିମ୍ବା ଭତା ପଇସା ଆଣିବାକୁ ହେଲେ ଦୀର୍ଘ ୭ କମି ଚାଲିକି ଯିବାକୁ ପଡିଥାଏ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ୩ଟି ଗାଁ ର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପରିବାର । ଲାଇଫ ଲାଇନ ପାଲଟି ଥିବା ଏହି ରାସ୍ତା ସୁରକ୍ଷିତ ନଥିବାରୁ ଏକ ପ୍ରକାର ବନ୍ଦି ଜୀବନ ବିତାଉଛନ୍ତି ଗାଁ ଲୋକେ । କେବଳ ସମସ୍ୟା ଏତିକି ରେ ସୀମିତ ନୁହେଁ ଗାଁ ରେ ଲୋକଙ୍କ ପିଇବା ପାଣି ପାଇଁ କରିବାକୁ ପଡେ ସଂଘର୍ଷ । ଦୀର୍ଘ ଦୁଇ କିମି ପଥୁରିଆ ଜଙ୍ଗଲୀ ରାସ୍ତାରେ ଚାଲି ଯିବାପରେ ଏକ ପାହାଡ ଝୋର ରୁ ପାଣି ସଂଗ୍ରହ କରନ୍ତି ଗାଁ ଲୋକେ । କାରଣ ଏହା ଛଡା ଆଉ କୌଣସ ମାଧ୍ୟମ ନାହିଁ। ଏହି ପାଣି ପିଇ ଅନେକ ରୋଗ ରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗାଁ ଲୋକେ। ତା ସହ ଗାଁ ରେ ଆଜି ଯାଏଁ ଗୋଟିଏ ବି ଆବାସ ଗୃହ ମିଲିନାଥବା ଅଭିଯୋଗ କରିଛନ୍ତି ଗାଁ ଲୋକ। ସବିତା ମାଝୀ, ସନ୍ଧ୍ୟାରାଣୀ ମାଝୀ, ପାର୍ବତୀ ମାଝୀ, ମହନ ମାଝୀ, ସସ୍ମିତା ମାଝୀ। ବିଜୁଳି ଆଲୁଅ କଣ ଦେଖି ନାହାନ୍ତି ଗାଁ ଲୋକେ କାରଣ ୭ବର୍ଷ ତଳେ ପୋଲ ପୋତିଦେଇ ଭୁଲିଗଲେ ତତ୍କାଳୀନ ସରକାର ଆଜି ଯାଏଁ ବୀଦ୍ୱତ ସଂଯୋଗ ହୋଇପାରିଲା ନାହିଁ । ଏହି ସମ୍ପର୍କ ରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଳକ ଅଦକ୍ଷ BDO ଏବଂ ପରବର୍ତ୍ତୀ ସମୟରେ ଜିଲାପାଳ ଙ୍କୁ ଅଭିଯୋଗ ପରେ ମଧ୍ୟ ସ୍ଥିତି ରେ ସୁଧାର ଆସିନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ବିଗତ ସରକାର ନେତା ମନ୍ତ୍ରୀ ଙ୍କୁ ଅନେକ ଗୁହାରି ପରେ ମଧ୍ୟ ସ୍ଥିତି ସୁଧୀରଲା ନାହିଁ ଏବେ ସରକାର ବଦଳିଲା ନୂଆ ସରକାରଙ୍କ ନିକଟରେ ଗୁହାରି ଏବଂ ଆଶା ନେଇ ଗ୍ରାମବାସୀ । ଏବଂ ଏହି ସମସ୍ୟା ନେଇ BDO ଜଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ପରିସ୍ଥିତି ମିତ୍ର ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା।
ପାଣି ସଂରକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ୱ: ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ।