ରାୟଗଡା ଜିଲ୍ଲା (ଆମ ଓଡିଶା ଖବର) -୨୨/୪(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ୍ରେନ ଉପରେ କରିଥିବା ଘରକୁ ଉଠାଇବା ପାଇଁ ପି ଡାବ୍ଲୁ ଡି ଅଧିକାରୀ ନିର୍ଦ୍ଧେଶ ଦେଇଥିବା ସହ ଚିହ୍ନଟ ଦେଇଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ଠାରୁ ରାୟଗଡା ପର୍ଯ୍ୟନ୍ତ ୪୫ନମ୍ବର ରାଜ୍ୟରାଜ ପଥ ନିର୍ମାଣ କରାଯାଇଛି । କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ । ଉକ୍ତ ଡ୍ରେନ ଉପରେ କିଛି ଲୋକ ମାନେ ଘର ତିଆରି କରି ଦୋକାନ ଖୋଲି ଥିବା ଓ ମୁଖ୍ୟ ରାସ୍ତା ଉପରେ ଉଠା ଦୋକାନୀ ମାନେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଜିଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିବା ସହ ଉକ୍ତ ଖବର ବାରମ୍ବାର ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇବା ପରେ ଆଜି ପି ଡାବ୍ଲୁ ଡି ଅଧିକାରୀଙ୍କ ନିର୍ଦ୍ଧେଶ ରେ କନିଷ୍ଠ ଯନ୍ତ୍ରୀ ରାଜୀବ ବେହେରା ସଦର ହନୁମାନ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ ଡ୍ରେନ ର କିଛି ଦୂରରେ ରଖିବା ପାଇଁ କହି ଚିହ୍ନଟ ଦେଇଥିଲେ ।ଯେଉଁ ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭଙ୍ଗା ହୋଇନଥିବ ତାହା ହେଲେ ପ୍ରଶାସନ ଦ୍ୱାରା ଭଙ୍ଗାଯିବ ବୋଲି ସୂଚନା ମିଳିଛି ।ଉଠାଦୋକାନୀ ମାନେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ଜନଜାତି ଗ୍ରାମୀଣ ହାଟ ଠାରେ ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଥିବା ସୂଚନା ମିଳିଛି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।