ଜମ୍ମୁ କାଶ୍ମୀର ପହଲଗ୍ରାମର ଏକ ହୋଟେଲରେ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ଓଡ଼ିଆ ଯୁବକଙ୍କ ସହ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଜଣେ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ୱରର ରେମୁଣାରେ। ତାଙ୍କ ନାମ ପ୍ରଶାନ୍ତ ଶତପଥୀ। ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମର ବୈସାରନ ଭ୍ୟାଲିରେ ରହିଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ଆଜି ଅପରାହ୍ନ ପ୍ରାୟରେ ହୋଟେଲର ଘାଷ ଗାଲିଚାରେ ପର୍ଯ୍ୟଟକମାନେ ଖାଉଥିଲେ। ଉକ୍ତ ଅଞ୍ଚଳକୁ କେବଳ ଘୋଡ଼ା କିମ୍ବା ପାଦରେ ଚାଲିକି ଯିବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍ ୩ରୁ ୪ ଜଣ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ। ଏହାପରେ ଜଣଙ୍କ ପରେ ଜଣଙ୍କୁ ଗୁଳି କରିଥିଲେ। ପ୍ରଥମେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହି ସଂଖ୍ୟା ୨୭ ରହିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଘଟଣା ପାଇଁ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ସହଯୋଗୀ ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ନିଜକୁ ଦାୟୀ କରିଛି। ଘଟଣାରେ ପରେ ମୃତାହତଙ୍କୁ ସେନା ବିମାନରେ ଉଦ୍ଧାର କରାଯାଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋ ସମସ୍ତଙ୍କୁ ବିଚଳିତ କରିଛି। ଜଣେ ବ୍ୟକ୍ତି ଗୁଳିମାଡ଼ ପରେ ତଳେ ପଡ଼ିଛନ୍ତି। କିଛି ଦୂରତାରେ ତାଙ୍କ ପତ୍ନୀ ସାହାଯ୍ୟ ପାଇଁ ନେହୁରେ ହେଉଥିବା ଦୃଶ୍ୟ ପୂରା ଦେଶକୁ ସ୍ତବ୍ଧ କରିଛି। ଗୁଳିମାଡ଼ କରିବା ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
(ପୋର୍ଟାଲ)
More Stories
ବିଦୁତକାଟ୍ କୁ ନେଇ ଜଟଣୀ ବାସି ହଟହଟା ।
ବୋଲଗଡ଼ ପଞ୍ଚାୟତ ସମିତିର ସପ୍ତମ ଅଧିବେସନ …
ଇସ୍କନମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି।