ଖୋର୍ଦ୍ଧା : ମେ ମାସ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପିଚୁକୁଳି ନୀଳକଣ୍ଠେଶ୍ଵର ଲୋକଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବୁଧବାର ଦିନ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ବଣିକ ସଂଘର ସଭାପତି ତଥା ଜିଲା ସମବାୟ ନିର୍ଦ୍ଧେଶକ ପବିତ୍ର ମୋହନ ମାଝୀଙ୍କ ଆବାହକତ୍ୱରେ ଓ ଶିକ୍ଷାବିତ୍ ଗଙ୍ଗାଧର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟସ୍ଥ ୫ଟି ପଞ୍ଚାୟତର ବୁଦ୍ଧିଜୀବୀ ଓ ଲୋକପ୍ରତିନିଧି ମାନଙ୍କୁ ନେଇ ବୈଠକରେ ମହୋତ୍ସବର ବିଭିନ୍ନ କମିଟି ଚୟନ କରାଯାଇଛି। ଏଥିରେ ଶିକ୍ଷାବିତ୍ ମନୋଜ କୁମାର ଗୁମାନସିଂହ, ଡ. ବିଭୂତି ଭୂଷଣ ଦଳେଇ, ଭାସ୍କର ରାଉତରାୟ,ସୁନିଲ ମହାଖୁଡ, ପ୍ରଫୁଲ୍ଲ କରଣ, ସୁକାନ୍ତ ବ୍ରହ୍ମା,ଫକିର ଚରଣ ସ୍ୱାଇଁ, ଅର୍ଜୁନ ପଟ୍ଟନାୟକ, ସଞ୍ଜୟ ଗୁମାନସିଂହ, ପ୍ରଦୀପ କୁମାର ପାଲଟାସିଂହ, ପରୀକ୍ଷିତ ମାଝୀ,ଦିଲ୍ଲୀପ ମହାପାତ୍ର,ବାସୁଦେବ ବରାଡ, ବୈକୁଣ୍ଠ ସ୍ୱାଇଁ, ବୈରାଗୀ ଛୁଆଳସିଂହ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୂର୍ଯୋଧନ ସ୍ୱାଇଁ, ପ୍ରମୋଦ ପ୍ରତାପସିଂହ, ଆଶୋକ ପଟ୍ଟନାୟକ, ଫକିର ଚରଣ ସ୍ୱାଇଁ, ବିମ୍ବା ପରିଡା , ଡ.ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରକାଶ ରଥ, ଅକ୍ଷୟ ଖଟେଇ, ବସନ୍ତ ନାୟକ,ସୁବାସ ଚନ୍ଦ୍ର ଦାଶ,ଦିଲ୍ଲୀପ ପାଇକରାୟ, ବିଜୟ ଗୁମାନସିଂହ, ଅରୁଣ କୁମାର ସାହୁ, ଗୌତମ ଜେନା, ମହୋତ୍ସବ ସଂଯୋଜକ ଶ୍ରୀକାନ୍ତ କୁମାର ନାୟକ,ଭରତ ଶ୍ରୀଚନ୍ଦନ ପ୍ରମୁଖ ରହିଥିଲେ। ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ମହୋତ୍ସବ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହାକୁ ଓଡିଶା ସରକାରଙ୍କ ସଂସୃତି ବିଭାଗ ସହଯୋଗରେ ଓଡ଼ିଶା ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳ ଭାଗ ନେବା ସହ ସ୍ଥାନୀୟ ଅଞ୍ଚଳ କଳା ସଂସ୍କୃତି ପ୍ରଚାର ପ୍ରସାର କରାଯିବ। ଏଥିରେ ‘ସ୍ମରଣିକା’ ପ୍ରକାଶିତ ହେବାର ବନ୍ଦୋବସ୍ତ କରାଯାଇଛି । ଏଥିରେ ଆଲେଖ୍ୟ ପଠାଇବା ପାଇଁ ଅନୁରୋଧ କରଯାଇଛି। ଏହି କାର୍ଯ୍ୟକ୍ରମରେ ସଂପାଦକ ଚିତ୍ତ ରଞ୍ଜନ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।