ବେଆଇନ ପଥର ବ୍ଲାଷ୍ଟିଂ ଓ ଚରା ଚାଲାଣ , ଥରୁଛି ଗାଁ ଫାଟୁଛି ଘରକାନ୍ତ

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣ ସିଂହପୁର ୨୮/୪(ଖବର ):କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ଓ କନ୍ଧଖାତିପାଡୁ ପଞ୍ଚାୟତରେ ପଥର ମାଫିଆ ସକ୍ରିୟ ହୋଇଛନ୍ତି। ବେଆଇନ ପଥର ବ୍ଲାଷ୍ଟିଂ କାରଣରୁ ସ୍ଥାନୀୟ ଅଂଚଳବାସୀ କ୍ଷତିଗ୍ରସ୍ତ ହେଉଛନ୍ତି। ସିକରପାଇ ପଞ୍ଚାୟତର ବେଳକଣା ନିକଟସ୍ତ ଗୁଡା ଗ୍ରାମର ପାହାଡ଼ରେ ବେଆଇନ ଭାବେ ଜିଲୋଟିନ ଲଗାଇ ପଥର ଫଟାଉଛନ୍ତି। ଫଳରେ ନଦୀ ଅପର ପାର୍ଶ୍ୱରେ ଥିବା କାନ୍ଧଖାତିପାଡୁ ଗ୍ରାମର ଘର କାନ୍ଥରେ ଫାଟସୃଷ୍ଟି ହୋଇଥିବାରୁ ଘରେ ରହିବାକୁ ଲୋକେ ଭୟ କରୁଛନ୍ତି। ବେଆଇନ ଭାବେ ମାଫିଆ ପଥର ଚାରା ଚାଲାଣ କରି ମୁନାଫା କମାଉଥିବା ବେଳେ ସରକାର ଙ୍କ ରାଜସ୍ବ କ୍ଷତି ହେଉଛି। ଜାଣି ଶୁଣି ଖଣିବିଭାଗ କର୍ତ୍ତୃପକ୍ଷ ମାଫିଆ ଙ୍କ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରୁନଥିବା କ୍ଷତିଗ୍ରସ୍ତ ଗ୍ରାମବାସୀ ମହେଶରାଓ ହିମିରିକା, ସମେଶରାଓ ହିମିରିକା, ଅଭିଯୋଗ କରିଛନ୍ତି। ପଥର ବ୍ଲାଷ୍ଟିଂ ଯୋଗୁଁ ପାହାଡ଼ ନଷ୍ଟଯେବେ ସହିତ ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡୁଛି। ଜୀବଜନ୍ତୁ ଭୟରେ ଅନ୍ୟତ୍ର ଚାଲିଯାଉଥିବା ସୋମନାଥ ହିମିରିକା, ଗୋପୀ ହିମିରିକା ପ୍ରକାଶ କରିଛନ୍ତି। କନ୍ଧଖାତିପାଡୁ ଗ୍ରାମରେ ୨୫ ପରିବାର ର ପ୍ରାୟ ଦେଢ଼ଶହ ଲୋକ ବସବାସ କରୁଛନ୍ତି। କିଛିଦିନ ପୂର୍ବରୁ ପୁଲିସ ଚରାବାଲି ଧରି ବାଲି ଚାଲାଣ କାରୀଙ୍କୁ ସାବାଡ଼ କରିଥିଲା କିନ୍ତୁ ପଥର ଚରା ଚାଲାଣ ରକିବାରେ ପ୍ରଶାସନ ଓ ଖଣି ବିଭାଗ ବିଫଳ ହୋଇଥିବା ଜଣ୍ଡୁ ହିମିରିକା, ନରୁଣୁ ହିମିରିକା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶାସନ ଓ ଖଣି ବିଭାଗ ଉକ୍ତ ଗ୍ରାମରେ ପଥର ମାଫିଆ ଙ୍କୁ ପଥର ଚରା ଚାଲାଣ କୁ ରକଲଗେଇ ଗ୍ରାମବାସୀ ଙ୍କୁ ସୁରକ୍ଷା ଦେଉଛି ତାହା ଦେଖିବାକୁ ବାକି ରହିଲା।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ

error: Content is protected !!