ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣ ସିଂହପୁର ୨୮/୪( ଖବର ):କଲ୍ୟାଣ ସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ଭିତ୍ତି ପ୍ରସ୍ତରରେ ସୀମିତ ରହିଛି। କଲ୍ୟାଣ ସିଂହପୁର ବ୍ଲକରେ ଉନ୍ନତ ମାନର ଡାକ୍ତରଖାନା କରାଯିବ ବୋଲି କୁହାଯାଉଥିଲା। ବାସ୍ତବରେ ବ୍ଲକରେ କେବଳ ଭିତ୍ତି ପ୍ରସ୍ତରରେ ସୀମିତ ରହିଛି। ଗତ ନଭେମ୍ବର ୨୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ନେଇ ଫଳକ ଏକ ବଣଭିତରେ ପାତାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା କାହାରିକୁ ଜଣାନାହିଁ। କି କେହିମଧ୍ୟ ଦେଖିନଥିଲେ ବର୍ତମାନ ଗ୍ରୀଷ୍ମଦିନ ଆସିଥିବାରୁ ଗଛଗୁଡ଼ାକ ମରିଯାଇଥିବାରୁ ଫଳକ ବାହାରକୁ ଦେଖିବାକୁ ମିଳିଛି। କାଶୀପୁର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥୁଆମୂଳ ରାମପୁର ଭଳି ବ୍ଲକ ର ଲୋକ ମଧ୍ୟ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ଡାକ୍ତର ଓ କର୍ମଚାରୀ ଙ୍କ ଅଭାବ ଯୋଗୁଁ ରେଫରାଲ ଡାକ୍ତର ଖାନା ପାଲଟି ଯାଇଛି। ଗରିବ ଲୋକେ ବଡ଼ ଡାକ୍ତର ଖାନା ଯିବା ପାଇଁ ଟଙ୍କା ନଥିବାରୁ କ୍ଵାକଙ୍କ ନିକଟରେ ଚିକିତ୍ସା ହୋଇ ସର୍ବସ୍ଵ ହରାଉଛନ୍ତି। ୮ଜଣ ବିଶେଷଜ୍ଞ ଡାକ୍ତର ୨ ଫାର୍ମାସିଷ୍ଟ ଦୁଇ ଟେକ୍ନି ସିଆନ ରହିବାର ନିୟମ ରହିଥଲେ ମଧ୍ୟ କେହି ଜଣେମଧ୍ୟ ନ ରହୁଥିବାରୁ ଆୟୁଷ ଓ ଏମଵିଵିଏସ ଡାକ୍ତର ଓ କେବେ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କୁ ଔଷଧ ଦେଉଥିବା ନଜର ରହିଛି। ସିଏଚସି ହୋଇଥିବା ବେଳେ ତିନଟି ପିଏଚସି ଓ ସମସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଔଷଧ ଦେବାପାଇଁ ଅସ୍ଥାୟୀ କର୍ମଚାରୀ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଗତ ୩ ବର୍ଷ ପୂର୍ବେ ନୂତନ କରି ନିର୍ମାଣ ହୋଇଥିଲେ ମଧ୍ୟ କାନ୍ଥ ଫାଟିଗଲାଣି। ଛାତରୁ ପାଣିଗଲି ଲୋକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହେଲାଣି କେଉଁଠି ଲାଇଟ ଜଳୁନି ତ, କେଉଁଠି ଫେନ ବୁଲୁନି। ରୋଗୀ କଲବଳ ହେଉଛନ୍ତି। ନିର୍ମାଣ ହେବାକୁ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଗ୍ରାମଠାରୁ ଚାରି କିମି ଦୂରରେ ରହିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସର୍ବପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ନୂଆଁ କରି ନିର୍ମାଣ କରିବାକୁ ସାଧାରଣରେ ଚର୍ଚ୍ଚା ହେଉଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।