କଲ୍ୟାଣସିଂହପୁର- ୨୬/୪ (ଆମ ଓଡିଶା ଖବର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତର ଡମଳିମା ଗ୍ରାମର କାଳବୈଶାଖୀ ତାଣ୍ଡବରେ ୨ ଘର ପରିବାର ର ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବରେ ଜୋର ସର ପବନ ବହିବା ସାଙ୍ଗକୁ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା ।
ଯାହାଫଳରେ ହରିଶ୍ଚନ୍ଦ୍ର ଭାତ୍ରା ପି -ଵେବାରି ଭାତ୍ରା ଓ ରଥ କୌଶଲ୍ୟା ପି – ଅରକ୍ଷିତ କୌଶଲ୍ୟା ଙ୍କ କାଳବୈଶାଖୀର ତାଣ୍ଡବରେ ଘରଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣା ବେଳେ ଅଳ୍ପକେ ବର୍ତିଛନ୍ତି ୨ ପରିବାର ।
ଏହି କାଳବୈଶାଖୀ ତାଣ୍ଡବରେ ଘରେ ଥିବା ଚାଉଳ, ଡାଲି,ଧାନ,ମାଣ୍ଡିଆ, ପୋଷାକ, ସେଜ ପଟା ଘରର ସମସ୍ତ ଜିନିଷ ପତ୍ର ଭିଜି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।ବ୍ଲକ ର ମଧ୍ୟ କେତେ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ଗଛ ପଡିବା ସହ ଛପର ଉଡେଇ ଥିବା ଜଣାପଡିଛି । ଉକ୍ତ ବିଷୟରେ ରାଜସ୍ବ ନିରୀକ୍ଷକ, ସରପଞ୍ଚ ଙ୍କୁ ଅବଗତ ହୋଇ ଏହି ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । ଉକ୍ତ ଖବର ବିଷୟରେ ଧାମୁଣୀପଙ୍ଗା ସରପଞ୍ଚ ଙ୍କୁ ଜଣାଇଥିବାରୁ ଏହାର ବ୍ୟବସ୍ତା କରାଯିବ ବୋଲି କହିଥିବା ଜଣାପଡିଛି ଓ ରାଜସ୍ୱ ନିରୀକ୍ଷକ ଙ୍କୁ ଅବଗତ କରି କ୍ଷୟ କ୍ଷତି ର ଆକଳନ କରି ସରକାର ତରଫରୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।