ବାଲୁଗାଁ ନିକଟସ୍ଥ ଭେଲେରୀ ଇଂଜନପୁର ରେ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ  l

ଚିଲିକା (ଆମ ଓଡ଼ିଶା ଖବର ) ବାଲୁଗାଁ ନିକଟସ୍ଥ ଭେଲେରୀ ଇଂଜନପୁର ଠାରେ ସ୍ବାଇକି ପଞ୍ଚ ପକ୍ଷରୁ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ପୁରୀ, ବାଲୁଗାଁ, ଭୀମପୁର, ନିମିଖେତା, ବାଉଳାବନ୍ଧ, ସୋରଣ, ଭେଲେରୀ ଇଂଜନପୁର ସମେତ ୮ ଗୋଟି ଟିମ ଭାଗ ନେଇଥିଲେ l ପ୍ରତ୍ୟେକ ଟିମର ଖେଳାଳି ବହୁତ ଆକର୍ଷଣୀୟ ଖେଳ ଖେଳିଥିଲେ l ଫାଇନାଲ ଖେଳରେ ଭୀମପୁର ଓ ଭେଲେରୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚରେ ଭୀମପୁର ପ୍ରଥମ ଚମ୍ପିୟାନ ହୋଇଥିବା ବେଳେ ଭେଲେରୀ ଦ୍ୱିତୀୟ ରନର୍ସ ହୋଇଥିଲା l ଏହି ଟୁର୍ନାମେଣ୍ଟ ରେ ଅଭିନାଶ ଜେନା, ଅମୁଲ୍ୟ ବାରିକ, ଶୁଭାଶିଷ ବେହେରା ରେଫରି ରୂପେ ପରିଚାଳନା କରିଥିଲେ l ଶେଷରେ ମୁଖ୍ୟ ଅତିଥି ରୂପେ ଚିଲିକା ପ୍ରେସ୍ କ୍ଲବର ସଭାପତି ତଥା ସମାଜସେବୀ ପ୍ରକାଶ କୁମାର ପ୍ରଧାନ ଓ ସନ୍ନମାନିତ ଅତିଥି ଜେ. ଡ଼ି. ଏ ଆର୍ଟ ମାଲିକ ହରିହର ବେହେରା ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ l

error: Content is protected !!