ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ତା:-O୬/୦୫/୨୫ ତାରିଖ ମୁଖ୍ୟାଳୟ ରେ କାର୍ଯ୍ୟରତ ସାହାଣ ମେଲା ଓଡ଼ିଆ ଖବର କାଗଜ ର ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ଖବର ସାଧାରଣ ରେ ଶୋକର ଛାୟା ଖେଳାଇ ଦେଇଛି I ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳେ ତାଙ୍କ ବୟସ 48 ହେଇଥିଲା ସେ ପଦ୍ମପୁର ବ୍ଳକ ର ଖିଲୀଙ୍ଗୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ 30 ତାରିଖ ରେ ନିଜ କାର ଯୋଗେ କୋଲନାରା ଯାଉଥିବା ବେଳେ ଚଳନ୍ତା ଗାଡି ରେ ଉଚ୍ଚ ରକ୍ତ ଚାପ ର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତା ରୁ ତଳ କୁ ଖସି ପଡ଼ିଥିଲା ଓ ସାମାନ୍ୟ ମୁଣ୍ଡ କୁ ଆଘାତ ଲାଗି ଥିଲା । ସମ୍ପର୍କୀୟ ଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇ ଥିଲା । ରାୟଗଡା ରେ ପ୍ରାଥମିକ ଉପଚାର ପରେ ଜଟିଳ ତା କୁ ହୃଦବୋଧ କରି ସମସ୍ତ ସୁବିଧା ସମ୍ପର୍ଣ୍ଣ ଉଚ୍ଚ ଚିକିତ୍ସାଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡା ଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କ ର ଚିକିତ୍ସାଧୂନ ଅବସ୍ଥା ରେ କୌଣସି ଉର୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରଶାରିତ ହେବାକ୍ଷଣି ସାମ୍ବାଦିକଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି | ଶ୍ରୀ ପଣ୍ଡା ଙ୍କ ମର ଶରୀର ରାୟଗଡା ସ୍ଥିତ ମଙ୍ଗଳା ମନ୍ଦିର ନିକଟସୁ ତାଙ୍କ ବାସ ଭବନରେ ସନ୍ଧ୍ୟା 5,ଘଣ୍ଟା ରେ ପହଂଚିବା ର ସୂଚନା ରହିଛି। ଶ୍ରୀ ପଣ୍ଡା ରାୟଗଡା ପ୍ରେସ ୟୁନିଅନ ର ଜଣେ କର୍ମଠ ସଦସ୍ୟ ରହି ବିଭିନ୍ନ ପଦ ପଦବୀ ରେ ରହି ସୁନାମ ର ସହିତ କାର୍ଯ୍ୟ ତୁଲାଉ ଥିଲେ I ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠ ରେ କହିଛନ୍ତି । ଶ୍ରୀ ପଣ୍ଡା ଏକ ମେଳାପୀ ଓ ସ୍ମିତ ହାସ୍ୟ ର ଅଧୂକାରୀ ସହିତ ସମସ୍ତ ଙ୍କ ର ପ୍ରିୟ ଭାଜନ ଥିଲେ । ତାଙ୍କ ଆମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ତାଙ୍କ ପର୍ଥାବ ଶରୀର ଭୁବନେଶ୍ୱର ରୁ ରାୟଗଡା ପହଞ୍ଚିବା ବେଳେ ଶହ ଶହ ତାଙ୍କ ଶ୍ରେୟ ଅଭିଲାଶି ଶେଷ ଦର୍ଶନ ପାଇଁ ଭିଡ଼ ଜମାଇ ଥିବା ଦେଖିବାକୁ ମିଳିଛି। ତାଙ୍କ ଶେଷ କୃତ ରାୟଗଡା ସ୍ୱର୍ଗଧାମରେ ସପର୍ନ କରାଯାଇଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।