ଜଣେ ମହିଳାଙ୍କ ସମେତ ୫ଜଣ ଗିରଫ। ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଦୁଇଗୁଣା ଟଙ୍କା ଦେବାକୁ କହି ଠକୁଥିଲେ। ନୟାପଲ୍ଲୀର ଜଣେ ବ୍ୟକ୍ତିଙ୍କଠୁ ୬ ଲକ୍ଷ ଠକିଥିଲେ। ଭରତପୁର ଅଂଚଳର ଜଣଙ୍କଠାରୁ ସାଢେ ୬ଲକ୍ଷ ଠକେଇର ଉଦ୍ୟମ। ନୋଟ ବିଡ଼ାରେ ଟଙ୍କା ବଦଳରେ କାଗଜ ରଖୁଥିଲେ, ଠକେଇଦଳ। ଠକେଇ ଗ୍ୟାଙ୍ଗ ପାଖରୁ ୧ ଲକ୍ଷ ଟଙ୍କା, ୮ଟି ମୋବାଇଲ ଜବତ କରିଛି ପୋଲିସ। ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ ଅଭିଯାନରେ ବିଫଳ। ଭୁବନେଶ୍ବର ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ କରିଥିବା ଠକଦଳ ଗିରଫ। ଯାହା ପାଖରେ ୫ ଟଙ୍କିଆ ବହୁତ କଳାଧନ ଅଛି ତାକୁ ବଦଳାଇ ଦିଅନ୍ତୁ। ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ କହି ଠକୁଥିଲେ। ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଖାଉଥିଲେ। ଟଙ୍କା ବଣ୍ଡଲ ଉପରେ ଓ ତଳେ ଅସଲି ନୋଟ୍ ରହୁଥିଲା, ଭିତରେ ପେପର କଟିଂ ରଖି ଠକୁ ଥିଲେ, ଠକେଇଦଳ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l