ଆଦିବାସୀ ଉନ୍ନୟନ ସଂସ୍ଥା ର ମହାଦୁର୍ନୀତି, ପୁରୁଣା କାମ ଦର୍ଶାଇ ଲକ୍ଷାଧିକ ଟଙ୍କା ଲୁଟପାଟ

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର,୮/୬ ପୂର୍ବ ସରକାର ରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ରେ ମହା ଦୁର୍ନୀତି । ପୁରୁଣା କାମକୁ ଦର୍ଶାଇ ଖାଇଗଲେ ଲକ୍ଷାଧିକ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ର ପୋଲମା ଓ କନ୍ଧକାତିପାଡୁ ପଞ୍ଚାୟତ ରେ । ଗାଁ ରେ କୌଣସି କାର୍ଯ୍ୟ ନକରି ମଧ୍ୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ମନରେଗା ଯୋଜନା ରେ ବିଲ କରିନେଇଥିବା ନେଇ ଗୁରୁତ୍ତର ଅଭିଯୋଗ ଆଣିଛନ୍ତି ଗାଁ ଲୋକେ ।
  ଏ ରାସ୍ତା ହେଉଛି  ପଲମା ପଞ୍ଚାୟତର ଗାମିଗୁଡ଼ା ଠାରୁ ସାତବିଶି ଯାଏଁ । ଗାଁ କୁ ଯିବାକୁ ରାସ୍ତା ନଥିବାରୁ ଗାଁ ଲୋକେ ସରପଞ୍ଚ ଙ୍କୁ ନେହୁରା ହୋଇ ପଞ୍ଚାୟତ ମନରେଗା  ଯୋଜନା ରେ ଏକ ଫାଇଲ (Work Code) କାର୍ଯ୍ୟାଦେଶ  ନମ୍ବର (୨୪୨୯୮୦୫୦୦୯/ଆର ସି/୧୦୫୪୫୮୯୫ ଖୋଲିକାମ ଆରମ୍ଭ କରି ଶେଷ କରିଥିଲେ । କାମ ସାରି ଦୁଇବର୍ଷ ବିତିଗଲାଣି କିନ୍ତୁ ଶ୍ରମିକ ପାରିଶ୍ରମିକ ପାଇଲେ  ନାହିଁ। ଏ ସମ୍ପର୍କରେ ବିଡ଼ିଓ ଙ୍କ ଦ୍ୱାରସ୍ଥ ହୋଇ ପାରିଶ୍ରମିକ ବାବଦରେ ବୁଝିଲା ବେଳକୁ ସ୍ଥାନୀୟ ବିଜେଡି ନେତା ଓ ସରକାରୀ ବାବୁ  ସେଇ କାମକୁ ଦେଖାଇ କାଗଜ କଲମ ରେ ଚଞ୍ଚକତା କରି ଗାଁ ନା ଗାମିଗୁଡା ଠାରୁ ସାତବିଶି ରାସ୍ତା ବଦଳରେ  ସାତବିଶି ରାସ୍ତା ଠାରୁ ଗାମିଗୁଡା ଦର୍ଶାଇ ନୂତନ (work Code- ୨୪୨୯୦୦୫/ଆର ସି/୧୦୫୫୬୦୪୦) ତିଆରି କରି  ୭ଲକ୍ଷ ଟଙ୍କା ବିଲ ଉଠା ସାରିଛି।ପୁଣି ଏ ସମ୍ପର୍କରେ ପଚାରିଲେ ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।
ଦୁର୍ନୀତି ଏତିକିରେ ସିମୀତ ନାହିଁ ଉକ୍ତ ପଞ୍ଚାୟତ ର ପିଡୁଆ ଗାଁ ରେ କେନାଲ କାର୍ଯ୍ୟ (WORK CODE )୨୪୨୯୦୦୫/ଆଇସି/୧୦୬୨୭୭୩୦)ନାରେ ବିନା କାର୍ଯ୍ୟ ବିନା ନାମଫଳକ ରେ ଅର୍ଥ ଆତ୍ମସାଥ ହୋଇଥିବା ଅଭଯୋଗ ହୋଇଛି ।   ସେହି ସମାନ ଢଙ୍ଗରେ ଦାନ୍ତଲିଙ୍ଗି ଗାଁ ରେ କେନାଲ କାମ (Work Code)୨୪୨୯୦୦୫/ଆଇ ସି/୧୦୬୧୪୪୯୪) ନା ରେ ଅର୍ଥ ଉଠାଣ ସରିଛି। କିନ୍ତୁ ସେଇ ଗାଁ ରେ କୌଣସି ଚେକ ଡେମ କିମ୍ବା କେନାଲ ହିଁ ନଥିବା କହିଛନ୍ତି ଗାଁ ଲୋକେ । ବିନା କାର୍ଯ୍ୟ ବିନା ଫଳକ ଲଗାଇ ଟଙ୍କା ଆତ୍ମସାତ କରିନେଇଥବା ଅଭିଯୋଗ କରିଛନ୍ତି ପଲମା ର ଜମାଲା କୁରୁମାନା, ପାପିକଣା ଗାଁର ରବୀନ୍ଦ୍ର ନାଥ ପୁରୁଷୋତ୍ତମ, ପିଡୁଆ ଗ୍ରାମର ଡ୍ରିମ୍ଭା କାଡ୍ରାକା, ଶ୍ରୀଧର ହିକକା, ଦନ୍ତଲିଙ୍ଗି ଗ୍ରାମର ରାମୁଲୁ ସତ୍ୟା, ରାମୂଲୁ ଯୋଗଦରା ପ୍ରମୁଖ ଅଭିଯୋଗ କରିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ

error: Content is protected !!