ପୁରୀ (ଆମ ଓଡିଶା ଖବର )ଡେ଼ଲାଙ୍ଗ ତା ୯-୬-୨୫ ଡେ଼ଲାଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସ୍ତରୀୟ (ଶୁଭଦ୍ରା ଶକ୍ତି ) ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଗଡ଼ ମୋଟରୀ ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୧ଟି ଗ୍ରାମ ପଞ୍ଚାୟତରୁ ୨୦ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା ପାରମ୍ପାରିକ ଖାଦ୍ୟ ଯଥା – ଏଣ୍ଡୁରୀ, ବରା, ମଣ୍ଡା, ଆରିସା, କାକରା, ମଣ୍ଡିଆରୁ ପ୍ରସ୍ତୁତ ପିଠା, ଛେନା ପୋଡ଼, ଛେନା ଝିଲି, ଚୁଡ଼ା କଦମ୍ବା ଆଦି ଅନେକ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଆନୁଷ୍ଠାନିକ ଭାବେ ବ୍ଲକ ଅଧ୍ୟକ୍ଷା ଖିତିଷଶ୍ରୀମତୀ ବାସନ୍ତୀ ସାହୁ ଏହି ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କ୍ଷିତିସ ବେହେରା, ଗଡ ମୋଟରି ପଞ୍ଚାୟତ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜେ ପି ସାମନ୍ତରାୟ, ଅଗ୍ନିଶମ ଅଧିକାରୀ ପାବିତ୍ର ମୋହନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଗଡ ରେଙ୍ଗଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବା ଗତିଶ୍ୱର ଦେବ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ( ଯମୁନା ) ଅନୁଷ୍ଠିତ ପ୍ରତି ଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗୁଆଳିପଡ଼ା ପଞ୍ଚାୟତର ପ୍ରତିଭା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵିତୀୟ ସ୍ଥାନ ଅଧିକାର କରି ପ୍ରମାଣ ପତ୍ର ଓ ଅର୍ଥ ରାଶି ପୁରସ୍କାର ସ୍ୱରୂପ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।
ଡେ଼ଲାଙ୍ଗ /ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
ବ୍ଲକ ସ୍ତରୀୟ (ଶୁଭଦ୍ରା ଶକ୍ତି) ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

More Stories
ଖୋର୍ଦ୍ଧାରୋଡ଼ ମଣ୍ଡଳର ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାର ପ୍ରଦାନ
ପରୋପକାରୀ ଶଙ୍କରଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ।
ପୁରୀ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଆୟବର୍ହିଭୂତ ସମ୍ପତ୍ତିରେ ଦୁର୍ନୀତି ବିଭାଗର ପଡ଼ିବକି ନଜର ….